ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.) ଗଞ୍ଜାମ ଲୋକକଳାକୁ ନେଇ ଆଧାରିତ ଚଳଚ୍ଚିତ୍ର 'ଅଦମ୍ୟ' ଜାତୀୟସ୍ତରରେ ପୁରସ୍କୃତ ହେବା ପରେ ବିରୋଧୀ ଦଳର ନେତା ଫିଲ୍ମର ନିର୍ମାତା ତଥା ଫିଲ୍ମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଗଞ୍ଜାମ ଲୋକକଳାକୁ ନେଇ ଆଧାରିତ ଚଳଚ୍ଚିତ୍ର 'ଅଦମ୍ୟ' ଜାତୀୟସ୍ତରୀୟ ନିର୍ମଲ୍ ପାଣ୍ଡେ ସ୍ମୃତି ଫିଲ୍ମ୍ ଫେଷ୍ଟିଭାଲରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ସମେତ ୫ଟି ବର୍ଗରେ ପୁରସ୍କୃତ ହେବା ବେଶ ଖୁସିର ବିଷୟ। ସମଗ୍ର ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର କଥା। ଚଳଚ୍ଚିତ୍ରର ନିର୍ମାତା, ଅଭିନେତା ତଥା ଜଡ଼ିତ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଗାମୀଦିନରେ ସମସ୍ତେ ଆହୁରି ସଫଳତା ଅର୍ଜନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ