ପଞ୍ଚାୟତ ଏବଂ ବ୍ଲକ ପୁନର୍ଗଠନ କରିବେ ରାଜ୍ୟ ସରକାର
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ପଞ୍ଚାୟତ ଏବଂ ବ୍ଲକ ପୁନର୍ଗଠନ କରିବେ ରାଜ୍ୟ ସରକାର । ଏ ନେଇ ମଙ୍ଗଳବାର ରାଜ୍ୟପାଳଙ୍କ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି । 2027 ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ଏବଂ 2029 ପୂର୍ବରୁ ବ୍ଲକ ପୁନର୍ଗଠନ କରାଯିବ । ପଞ୍ଚାୟତ ନିର୍ବାଚନ ପୂର୍
ପଞ୍ଚାୟତ ଏବଂ ବ୍ଲକ     ପୁନର୍ଗଠନ କରିବେ ରାଜ୍ୟ ସରକାର


ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ପଞ୍ଚାୟତ ଏବଂ

ବ୍ଲକ ପୁନର୍ଗଠନ କରିବେ ରାଜ୍ୟ ସରକାର । ଏ ନେଇ ମଙ୍ଗଳବାର ରାଜ୍ୟପାଳଙ୍କ ସମୀକ୍ଷା ବୈଠକରେ

ଆଲୋଚନା ହୋଇଛି । 2027 ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ଏବଂ 2029 ପୂର୍ବରୁ ବ୍ଲକ ପୁନର୍ଗଠନ

କରାଯିବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅର୍ଥାତ 2026 ମସିହାରେ ପଞ୍ଚାୟତ ପୁନର୍ଗଠନ ହେବ ବୋଲି

ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏହାସହ 2029 ସାଧାରଣ ନିର୍ବାଚନ

ପୂର୍ବରୁ ବ୍ଲକ ପୁନର୍ଗଠନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande