ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଲୋକଙ୍କ
ସୁବିଧା ସରକାର ଅନୁଭବ କରି ଏହା କରିଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ସଂଶୋଧନ କରାଯାଇଥାଏ । ଏହା
ଲୋକଙ୍କ ହିତ ଦୃଷ୍ଟିରୁ ଏବଂ ଓଡିଶାର ବିକାଶ କିଭଳି ଅଧିକରୁ ଅଧିକ ହୋଇପାରିବ ସେଥିପାଇଁ ହେଉଛି
। ଏହା କାହା ପ୍ରତି କୁଠାରଘାତ ନୁହେଁ ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ
ନାଏକ କହିଛନ୍ତି । ଜଣେ ପ୍ରତିନିଧି ଲୋକ ଏବଂ ଅଞ୍ଚଳ ପାଇଁ ନିର୍ବାଚିତ ହୋଇଥାଏ, ଯେତେବେଳେ ଲୋକଙ୍କର କିମ୍ବା ଅଞ୍ଚଳର କାମ ନ ହେବ
ଉନ୍ନତି ନ ହେବ, ସେତେବେଳେ ସ୍ୱର ଉଠିବ । 2036 ଏବଂ 2047 ମସିହାରେ
ଓଡିଶା ବହୁ ଆଗରେ ରହିବ । ଓଡିଶାର ସାମଗ୍ରୀକ କ୍ଷେତ୍ରରେ ଉନ୍ନତି ହେବ । କରୋନା ସମୟରେ
ସରପଞ୍ଚଙ୍କୁ ଜିଲ୍ଲାପାଳ ଆଖ୍ୟା ଦିଆଯାଇଥିଲା । କିନ୍ତୁ ପୂର୍ବ ସରକାର ଏମିତି ସେମାନଙ୍କୁ
ଅବସ୍ଥା କଲେ, ଗ୍ରାମସଭା କିମ୍ବା ପଲ୍ଲୀ ସଭା ହୋଇପାରିଲା ନାହିଁ ।
ପୂର୍ବ ସରକାର ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମସ୍ତେ ଦେଖିଛନ୍ତି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା