ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ବୁଲା
କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ କେବଳ ଦିଲ୍ଲୀ ଏନସିଆର ପାଇଁ ରହିଛି ଭୁବନେଶ୍ୱର
ପାଇଁ ହୋଇ ନାହିଁ। ସୁପ୍ରିମକୋର୍ଟ ଏହା ଉପରେ ପୁନଃ ବିଚାର କରିବା ପାଇଁ ଦାବି କରିଛନ୍ତି
ଭୁବନେଶ୍ଵର ମେୟର ସୁଲୋଚନା ଦାସ । ଭୁବନେଶ୍ଵରରେ ୮୫ ହଜାରରୁ ଊର୍ଦ୍ଧ୍ଵ ବୁଲା କୁକୁର
ରହିଛନ୍ତି। ସେମାନଙ୍କୁ ନିଜ ଠିକଣାରୁ ସ୍ଥାନାନ୍ତର କଲେ ସେମାନେ ମରିଯିବେ। ସ୍ଥାନାନ୍ତରଣ
ବଦଳରେ ସେମାନଙ୍କୁ ବନ୍ଧ୍ୟାକରଣ ନିମନ୍ତେ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି। କୁକୁର
କାମୁଡ଼ା ଜନିତ ରୋଗର ମୁକାବିଲା ପାଇଁ ରାବିଜ୍ ଭ୍ୟାକ୍ସିନ ମଧ୍ୟ ଉପଲବ୍ଧ କରାଯାଉଛି। ପରିବେଶ
ସନ୍ତୁଳନ ଦିଗରେ ମଧ୍ୟ କୁକୁର ମାନଙ୍କର ପ୍ରମୁଖ ଭୂମିକା ରହିଛି। ତେଣୁ ଏହା ଉପରେ
ସୁପ୍ରିମକୋର୍ଟ ପୁନଃ ବିଚାର କରନ୍ତୁ ବୋଲି ଭୁବନେଶ୍ବରର ମେୟର ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା