ଆଜି ଅପରାହ୍ନ ରେ ଶ୍ରୀମନ୍ଦିରରେ ରାହୁରେଖା ନୀତି ୪ଘଣ୍ଟା ଦର୍ଶନ ବନ୍ଦ
ଆଜି ଅପରାହ୍ନ ରେ ଶ୍ରୀମନ୍ଦିରରେ ରାହୁରେଖା ନୀତି, ୪ଘଣ୍ଟା ଦର୍ଶନ ବନ୍ଦ ପୁରୀ,, 13 ଅଗଷ୍ଟ (ହି.ସ.)ଶ୍ରୀମନ୍ଦିରରେ ରାହୁରେଖା ନୀତି ପାଇଁ ବୁଧବାର ଅପରାହ୍ନ ସାଢେ ୨ଟାରୁ ସଂନ୍ଧ୍ଯା ସାଢେ ୬ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବନ୍ଦ ରହିବ । ସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ
ଆଜି ଅପରାହ୍ନ ରେ ଶ୍ରୀମନ୍ଦିରରେ ରାହୁରେଖା ନୀତି ୪ଘଣ୍ଟା ଦର୍ଶନ ବନ୍ଦ


ଆଜି ଅପରାହ୍ନ ରେ ଶ୍ରୀମନ୍ଦିରରେ ରାହୁରେଖା ନୀତି, ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ,, 13 ଅଗଷ୍ଟ (ହି.ସ.)ଶ୍ରୀମନ୍ଦିରରେ ରାହୁରେଖା ନୀତି ପାଇଁ ବୁଧବାର ଅପରାହ୍ନ ସାଢେ ୨ଟାରୁ ସଂନ୍ଧ୍ଯା ସାଢେ ୬ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବନ୍ଦ ରହିବ । ସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ମସ୍ତକରୁ ସୁବର୍ଣ୍ଣ ରାହୁରେଖା ଓଲାଗି କରାଯାଇ ରତ୍ନଭଣ୍ଡାରରେ ରଖାଯାଇଥିଲା । ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହି ରାହୁରେଖା ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ରାହୁରେଖା ନୀତି ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ କପାଳରେ ସ୍ବର୍ଣ୍ଣ ନିର୍ମିତ ଏକ ବଳୟ ପଟି ଲାଗି ହେବ । ଗୋପାଳ ବଲ୍ଲଭଭୋଗ ବଢିବା ପରେ ଚଢାଉକରଣ ଓ ଦେଉଳକରଣ ସେବକ ଭଣ୍ଡାର ମେକାପକୁ କହି ଭଣ୍ଡାର ଘରୁ ମୁଦ ହୋଇ ରଖାଯାଇଥିବା ରାହୁ ରେଖାକୁ ଆଣି ବେହେରଣ ଦ୍ୱାର ନିକଟରେ ବଣିଆ ସେବକଙ୍କୁ ଦେବା ପରେ ସେ ଏହାକୁ ମାଜି ସଫା କରିବେ । ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଶ୍ରୀଅଙ୍ଗଲାଗି ଦଇତାପତି ସେବକ ଜୟବିଜୟ ଦ୍ୱାର ବନ୍ଦ କରି ଏହି ଗୁପ୍ତ ନୀତି ସମାପନ କରିବେ । ପାଳିଆ ପୁଷ୍ପାଳକ ସେବକ ରତ୍ନସିଂହାସନ ଉପରେ ଚଢି ଝୋବାକଣ୍ଠି ମଇଲମ କରିବେ । ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିଜେ କରାଇବେ । ଶୁଦ୍ଧସୁଆର ସେବକ ରତ୍ନସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିବେ । ଦଇତାପତି ସେବକ ଓଷୁଅ ଓ ଚାଙ୍ଗଡା ମେକାପଙ୍କ ଠାରୁ ସଫା ଧଳା କପଡା ନେଇ ଶ୍ରୀମୁଖରେ ରାହୁରେଖା ଲାଗି କରିବେ । ପରେ ରତ୍ନସିଂହାସନ ପୋଛା ମରାଯିବ । ପରେ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ମହାସ୍ନାନ ନୀତି ପରେ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande