ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କଟକ ବୈୟାଳିଶ ମୌଜାରେ ଅନୁଷ୍ଠିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି। ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ହର ଘର ତ୍ରିରଙ୍ଗା, ଘରେ ଘରେ ତ୍ରିରଙ୍ଗା। ପ୍ରଧାନମନ୍ତ୍ରୀ ଶ୍ରୀ ନର
ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କଟକ ବୈୟାଳିଶ ମୌଜାରେ ଅନୁଷ୍ଠିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି।

ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ହର ଘର ତ୍ରିରଙ୍ଗା, ଘରେ ଘରେ ତ୍ରିରଙ୍ଗା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି କଟକ ବୈୟାଳିଶ ମୌଜାରେ ହଜାର ହଜାର ନାଗରିକଙ୍କ ସହ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲି। ତ୍ରିରଙ୍ଗା ଆମର ଗୌରବ, ତ୍ରିରଙ୍ଗା ଆମର ଅସ୍ମିତା, ତ୍ରିରଙ୍ଗା ଆମର ପରିଚୟ। ଆସନ୍ତୁ ଆମେ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ରାଷ୍ଟ୍ର ପ୍ରତି ଆମର ସମ୍ମାନ ଜଣାଇବା ଏବଂ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande