ବାରିପଦା, ୧୪ ଅଗଷ୍ଟ (ହି.ସ.) - ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ମହିଳା ଆୟୋଗ ପଦ ଅଳଙ୍କୃତ ହେବା ପରେ ଏହା ତାଙ୍କର ପ୍ରଥମ ମୟୂରଭଞ୍ଜ ଗସ୍ତ ଅଟେ। ଗୁରୁବାର ଅପରାହ୍ନରେ ବାରିପଦା ପହଂଚିବା ପରେ ପ୍ରଥମେ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ କରିଥିଲେ। ଏହାପରେ ସଖୀଗୃହ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁରୋଗ ବିଭାଗ ପରିଦର୍ଶନ କରିଥିଲେ। ଏସବୁ ଅଂଚଳରେ ସରକାରଙ୍କ ଯୋଜନା ଠିକ୍ ଭାବରେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ପଚାରି ବୁଝିଥିଲେ। ମହିଳାଙ୍କୁ ଯେଉଁସବୁ ସୁବିଧା ମିଳିବା କଥା ତାହା ମିଳୁଛି କି ନାହିଁ ସେସବୁ ଅନ୍ତେବାସୀ ଓ ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀ ସମେତ ହସ୍ପିଟାଲ ଓ ଜେଲ କର୍ତୃପକ୍ଷ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ