ଭାରତ ଗ୍ରସ୍ତ ପୁର୍ବରୁ ପ୍ରଧାନମନ୍ତ୍ରୀ ଓଲି କରିବେ ଚୀନ ଗସ୍ତ
କାଠମାଣ୍ଡୁ, ୧୪ ଅଗଷ୍ଟ (ହି.ସ.)-ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଥରେ ଚୀନ ଗସ୍ତ କରିବାକୁ ପ୍ରସ୍ତୁତ। ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭାରତ ଗସ୍ତ ପାଇଁ ଆନୁଷ୍ଠାନିକ ନିମନ୍ତ୍ରଣ ପ୍ରଦାନ କରିବାକୁ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଅଗଷ୍ଟ ୧୭ର
ଭାରତ ଗ୍ରସ୍ତ ପୁର୍ବରୁ ପ୍ରଧାନମନ୍ତ୍ରୀ ଓଲି କରିବେ ଚୀନ ଗସ୍ତ


କାଠମାଣ୍ଡୁ, ୧୪ ଅଗଷ୍ଟ (ହି.ସ.)-ନେପାଳର

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଥରେ ଚୀନ ଗସ୍ତ କରିବାକୁ ପ୍ରସ୍ତୁତ। ନେପାଳର

ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭାରତ ଗସ୍ତ ପାଇଁ ଆନୁଷ୍ଠାନିକ ନିମନ୍ତ୍ରଣ ପ୍ରଦାନ କରିବାକୁ ଭାରତୀୟ

ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଅଗଷ୍ଟ ୧୭ରେ କାଠମାଣ୍ଡୁ ପହଞ୍ଚିବେ। ଏହା ପୂର୍ବରୁ ଓଲିଙ୍କ

ଚୀନ ଗସ୍ତ ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଓଲି ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ

ଚୀନ ଗସ୍ତରେ ରହିବେ। ଏହା ପରେ ୧୬-୧୭ ସେପ୍ଟେମ୍ବରରେ ଓଲି ଭାରତ ଗସ୍ତରେ ରହିବେ। ଓଲି ଚୀନ

ଗସ୍ତ ସମୟରେ ସଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଭାରତର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତ ଏସସିଓ ସଂଗଠନର

ମୁଖ୍ୟ ସଦସ୍ୟ ହୋଇଥିବା ବେଳେ ନେପାଳ ଏକ ଆଲୋଚନା ଅଂଶୀଦାର ଭାବରେ ଏହାର ସଦସ୍ୟ।

ପ୍ରଧାନମନ୍ତ୍ରୀ ଓଲିଙ୍କ ବ୍ୟକ୍ତିଗତ ସଚିବାଳୟ ତାଙ୍କ ଚୀନ ଗସ୍ତ ବିଷୟରେ ସୂଚନା ଦେଇଛି। ଚୀନରେ

ଓଲି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ସମ୍ମିଳନୀ ବ୍ୟତୀତ ଆଲୋଚନା କରିବାର ସମ୍ଭାବନା

ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande