କର୍ମଯୋଗୀ ଅଭିଯାନ' ଅଧୀନରେ ଜନଜାତି ପ୍ରତିନିଧିମାନେ ଭେଟିଲେ ରାଷ୍ଟ୍ରପତିଙ୍କୁ
ନୂଆଦିଲ୍ଲୀ, ଅଗଷ୍ଟ ୧୮ (ହିସ)- ଦେଶର ବିଭିନ୍ନ ରାଜ୍ୟର ବିଶିଷ୍ଟ ଜନଜାତି ପ୍ରତିନିଧିମାନଙ୍କର ଏକ ପ୍ରତିନିଧିମଣ୍ଡଳ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ''ଆଦି କର୍ମଯୋଗୀ ଅଭିଯାନ''ର ଉଦ୍ୟମରେ ଏହି ପ୍ର
କର୍ମଯୋଗୀ ଅଭିଯାନ' ଅଧୀନରେ ଜନଜାତି ପ୍ରତିନିଧିମାନେ ଭେଟିଲେ ରାଷ୍ଟ୍ରପତିଙ୍କୁ


ନୂଆଦିଲ୍ଲୀ, ଅଗଷ୍ଟ ୧୮ (ହିସ)- ଦେଶର ବିଭିନ୍ନ ରାଜ୍ୟର ବିଶିଷ୍ଟ ଜନଜାତି ପ୍ରତିନିଧିମାନଙ୍କର ଏକ ପ୍ରତିନିଧିମଣ୍ଡଳ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ 'ଆଦି କର୍ମଯୋଗୀ ଅଭିଯାନ'ର ଉଦ୍ୟମରେ ଏହି ପ୍ରତିନିଧିମାନେ ଏଠାରେ ପହଂଚିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟ, ପ୍ରକୃତି ପ୍ରତି ପ୍ରେମ ଏବଂ ପାରମ୍ପରିକ ଜ୍ଞାନରେ ପରିପୂର୍ଣ୍ଣ ସେମାନଙ୍କର ଜୀବନଶୈଳୀକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଆମକୁ ଏହି ସମ୍ପ୍ରଦାୟର ଅମୂଲ୍ୟ ଐତିହ୍ୟକୁ ସଂରକ୍ଷଣ କରିବାକୁ ପଡିବ। ଜାତିର ବିକାଶର ମୁଖ୍ୟଧାରାରେ ଆଦିବାସୀ ସମାଜର ଲୋକଙ୍କୁ ଉପଯୁକ୍ତ ସମ୍ମାନ ଏବଂ ମର୍ଯ୍ୟାଦା ସହିତ ଯୋଡ଼ିବା ଆବଶ୍ୟକ, ଯାହା ଦ୍ୱାରା ସେମାନେ ସକ୍ରିୟ ଅଂଶଗ୍ରହଣକାରୀ ହୋଇପାରିବେ। ରାଷ୍ଟ୍ରପତି କହିଛନ୍ତି ଯେ ପ୍ରକୃତି ସହିତ ଆଦିବାସୀ ସମାଜର ସନ୍ତୁଳନ ଏବଂ ସମନ୍ୱୟ ଅନନ୍ୟ, ଯାହା ପରିବେଶ ସୁରକ୍ଷା ପାଇଁ ପ୍ରେରଣା। ସେ ଏହି ଅଭିଯାନକୁ ଆଦିବାସୀ ଯୁବପିଢ଼ିଙ୍କ ପାଇଁ ସଶକ୍ତିକରଣର ଏକ ସକାରାତ୍ମକ ମାଧ୍ୟମ ଭାବରେ ବର୍ଣ୍ଣନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ 'ଆଦି କର୍ମଯୋଗୀ ଅଭିଯାନ'ର ଉଦ୍ଦେଶ୍ୟ ହେଉଛି ଆଦିବାସୀ ଅଂଚଳରେ ପ୍ରଶାସନିକ ସେବାର ଗୁଣବତା ଉନ୍ନତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ତାଲିମ ଦେଇ ସେମାନଙ୍କୁ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବା।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande