ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟରେ ହରଘର ତ୍ରିରଂଗା
କୋରେଇ, ୧୪ ଅଗଷ୍ଟ (ହି.ସ.) - ପାଣିକୋଇଲିସ୍ଥିତ ମା ତାରିଣୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ହରଘର ତ୍ରୀରଂଗା ଓ ସଂସ୍କୃତ ଭାଷା ସପ୍ତାହ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତଥା ତତ୍ୱାବଧାନରେ ଗୀତା ଆବୃତି, ସଂଗୀତ ଗାନ, ଓ ତର୍
ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟରେ ହରଘର ତ୍ରିରଂଗା


କୋରେଇ, ୧୪ ଅଗଷ୍ଟ (ହି.ସ.) - ପାଣିକୋଇଲିସ୍ଥିତ ମା ତାରିଣୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ହରଘର ତ୍ରୀରଂଗା ଓ ସଂସ୍କୃତ ଭାଷା ସପ୍ତାହ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତଥା ତତ୍ୱାବଧାନରେ ଗୀତା ଆବୃତି, ସଂଗୀତ ଗାନ, ଓ ତର୍କ ଆଦି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରତାପ ଚନ୍ଦ୍ର ତ୍ରୀପାଠୀଙ୍କ ସଂଚାଳନାରେ ବିଚାରକ ଭାବେ ଅଧ୍ୟାପିକା ପାର୍ବତୀ ନାଥ, ମଦନ ମୋହନ ପାତ୍ର ସଂଯୋକ ସଦ୍ୟବ୍ରତ ଦାସ ଶୁଭକାନ୍ତ ପାତ୍ର, ଶକ୍ତିମୟୀ ଜେନା, ସନ୍ତୋଷ ଦାସ, ଅଭିମନ୍ୟୁ ପଣ୍ଡା, ସଂଗୀତା ନନ୍ଦ ପ୍ରମୁଖ ଦାୟିତ୍ୱ ର୍ନିବାହ କରିଥିଲେ । ଶେଷରେ ଅଧ୍ୟାପିକା ସାଗରିକା ରଥ ଧନ୍ୟବାଦ ଅପଣ କରିଥିଲେ । ପରେ କଲେଜ ପରିସରରୁ ଏକ ଶୋଭାଯାତ୍ରା ବାହାରି ପାଣଇକୋଇଲି ବଜାର ପରିକ୍ରମା କରିଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକ।। ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande