ମହାମାୟ ମହିଳା ମହାବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗର ବିବାହ ସମ୍ପର୍କରେ ପାଠଚକ୍ର
ଗଂଜାମ, 14 ଅଗଷ୍ଟ (ହି.ସ.) ବ୍ରହ୍ମପୁର ମୀନାକ୍ଷୀ ନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ନିବେଦିତା ମହାପାତ୍ରଙ୍କ ପ୍ରେରଣାରେ ଗୃହ ବିଜ୍ଞାନ ବିଭାଗ ତରଫରୁ ବିବାହ ଏକ ସଂଗଠନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୃହ ବିଜ୍ଞାନ ମୂଖ୍ୟ ପ୍ରାଧ୍ୟାପିକା ଡ଼. ଜୟନ୍ତୀ ରାଣୀ ପଣ୍ଡା
ମହାମାୟୀ ମହିଳା ମହାବିଦ୍ୟାଳୟ


ଗଂଜାମ, 14 ଅଗଷ୍ଟ (ହି.ସ.)

ବ୍ରହ୍ମପୁର ମୀନାକ୍ଷୀ ନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା

ଡ଼ ନିବେଦିତା ମହାପାତ୍ରଙ୍କ ପ୍ରେରଣାରେ ଗୃହ ବିଜ୍ଞାନ ବିଭାଗ ତରଫରୁ ବିବାହ ଏକ ସଂଗଠନ

ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୃହ ବିଜ୍ଞାନ ମୂଖ୍ୟ ପ୍ରାଧ୍ୟାପିକା ଡ଼. ଜୟନ୍ତୀ ରାଣୀ ପଣ୍ଡା ଙ୍କ

ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପାଠଚକ୍ରରେ

ଡ଼ ପଣ୍ଡା ଛାତ୍ରୀ ମାନଙ୍କୁ ବିବାହର ମୂଲ୍ୟବୋଧ , ଲକ୍ଷ୍ୟ ଏବଂ କର୍ତ୍ତବ୍ୟ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଅଧ୍ୟାପିକା ଡ଼ ମଧୂଛନ୍ଦା ସାମନ୍ତରାୟ

ପାଠଚକ୍ର ବିଷୟ ସମ୍ପର୍କରେ ବିବରଣୀ ପ୍ରଦାନ କରି

ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅଧ୍ୟାପିକା

ଡ଼ ମମତା କୁମାରୀ ପାଢୀ, ଅଧ୍ୟାପିକା ଶ୍ରୀମତୀ ପଲ୍ଲବୀ ମହାନ୍ତି ଏବଂ ଶ୍ରୀମତୀ ତନ୍ମୟୀ ଚ୍ୟାଉ ପଟ୍ଟନାୟକ ଆମ ସଂସ୍କୃତି ରେ ବିବାହ ,ଆମ ସମାଜ ଏବଂ ଜୀବନ ରେ ଶୃଙ୍ଖଳା ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ଛାତ୍ରୀ ସ୍ନେହା ଷଡ଼ଙ୍ଗୀ ଏବଂ ସ୍ମୃତି ରାଣୀ ଆଲୋଚ୍ୟ ବିଷୟ ସମ୍ପର୍କରେ ସନ୍ଦର୍ଭ ପାଠ କରିଥିଲେ। ଏହି ଅବସରରେ ଶତାଧିକ ଛାତ୍ରୀ ଉପସ୍ଥିତି ରେ ନୂତନ ଛାତ୍ରୀ ମାନଙ୍କୁ ସ୍ବାଗତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande