ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ
ପଟ୍ଟାମୁଣ୍ଡାଇ , ୧୪ ଅଗଷ୍ଟ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରାଜନଗର ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଛି । ରାଜନଗର ଡ଼ିଏଭି ସ୍କୁଲ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ ଯୋଗଦେଇ ଭାରତ ଖଣ୍ଡିତ ସ୍ୱାଧୀନତା ବିଷୟରେ ଆଲ
ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ


ପଟ୍ଟାମୁଣ୍ଡାଇ , ୧୪ ଅଗଷ୍ଟ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରାଜନଗର ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଛି । ରାଜନଗର ଡ଼ିଏଭି ସ୍କୁଲ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ ଯୋଗଦେଇ ଭାରତ ଖଣ୍ଡିତ ସ୍ୱାଧୀନତା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଭାରତ କୁ ଆଗାମୀ ଦିନରେ ପୁଣି ଅଖଣ୍ଡ ଭାରତ ରେ ପରିଣତ କରିବାକୁ ସକଳ୍ପ ନିଆଯାଇଥିଲା । ଏହି ଅବସରରେ ଡ଼ିଏଭି ସ୍କୁଲରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ସମଗ୍ର ଅଂଚଳ ଭାରତ ମାତାକୀ ଜୟ ଓ ବନ୍ଦେ ମାତରମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜନଗର ଡ଼ିଏଭି ସ୍କୁଲ ନିର୍ଦେଶକ କ୍ଷୀରୋଦ ରାଉତରାୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଜିଲ୍ଲା ସେବା ପ୍ରମୁଖ ରବୀନ୍ଦ୍ର ସେଠି, ଖଣ୍ଡ କାର୍ଯ୍ୟବାହ ଦର୍ପନାରାୟଣ ଜେନା, ସତ୍ୟବ୍ରତ ସେଠି, ବାସୁଦେବ ମାଝୀ, ଦେବଦୁଲାଳ ଜେନା, ଶୁଭକାନ୍ତ ନାୟକ, ରାଜୀବଲୋଚନ ନାୟକ, ପ୍ରମୋଦ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande