ଏଆଇ କ୍ୟାମେରା ପୁଣି ଧରାଇଲା ଶିକାରୀ
ଏଆଇ କ୍ୟାମେରା ପୁଣି ଧରାଇଲା ଶିକାରୀ
Shikati Giraf


ଏଆଇ କ୍ୟାମେରା ପୁଣି ଧରାଇଲା ଶିକାରୀ

ବାରିପଦା, 14 ଅଗଷ୍ଟ (ହି.ସ.)- ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ପୁଣି ଜଣେ ଶିକାରୀ ଧରା ପଡିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ (ଏସଡବ୍ଲୁଆଇଏନ) ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗ ପ୍ରୟାସ ସଫଳ ହୋଇଛି। ଶିକାରୀଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ସେ ହେଲେ ଉଦଳା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ରେଢ଼ାସାହିର ରଞ୍ଜନ ବେହେରା। ତାଙ୍କ ପାଖରୁ ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକାରୀ ମାରାଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ବେଳେ ସେମାନଙ୍କ ଫଟୋ କ୍ୟାମେରାରେ କଏଦ ହୋଇଥିଲା। ଯାହାକୁ ଆୟୁଧ କରି ଯାଞ୍ଚ ପ୍ରକ୍ରିୟା କରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନ କର୍ମଚାରୀ ମାନେ ମିଳିତ ଭାବେ ଶିକାରୀଙ୍କ ଘରେ ଚଢ଼ାଉ କରି ଗିରଫ କରାଯାଇଥିଲା। ବନ ବିଭାଗ ପକ୍ଷରୁ ଏକ ଆର୍ମ ଆକ୍ଟ ନେଇ ମାମଲା ରୁଜୁ ତଦନ୍ତ ଜାରି ଥିବା ବେଳେ ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande