ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୫-୨୬ ବର୍ଷ ପାଇଁ ଜାରି ହେଲା ନୂତନ ଡ୍ରେସ କୋଡ୍

ସମ୍ବଲପୁର, ୧୪ ଅଗଷ୍ଟ (ହି.ସ.) ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ

ଭିସୁଟରେ ପ୍ରଥମ ଥର ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ କଟକଣା ଲାଗୁ ହେବା ପରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅଦ୍ଯାବଧି କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୂତନ ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି । ଛାତ୍ରଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ସାଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ୍ ବାଧ୍ୟତାମୂଳକ ରହିଛି। ସୁରକ୍ଷା ଦୃଷ୍ଟିରୁ ଛାତ୍ରୀଙ୍କ ପାଇଁ ଦୁପଟ୍ଟା ବା ଓଢଣୀ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପ୍ୟାଣ୍ଟ , ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରଖାଯାଇଛି । ତେବେ ଏହି ନୂତନ ଡ୍ରେସକୋର୍ଡ ନିୟମରୁ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆ ଯାଇଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande