କେନ୍ଦ୍ରାପଡ଼ା, ୧୪ ଅଗଷ୍ଟ(ହି.ସ.) – କବି ଡ଼ଃ ନାରାୟଣ ପତିଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା ଯଶସ୍ୱିନୀ’ର ଶୁଭ ଉନ୍ମୋଚିତ ହୋଇଯାଇଛି। ଡ଼ଃ ପତି ସମ୍ପ୍ରତି ମାନବାଧିକାର ସୁରକ୍ଷା ଆୟୋଗର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇଥିବା, ତଥା ସାହିତ୍ୟ, ଜ୍ୟୋତିଷ, ବାସ୍ତୁ ଶାସ୍ତ୍ର ଭିତିକ, ଏବଂ ବିଭିନ୍ନ ସମାଜ ସେବାରେ ତାଙ୍କର ସଫଳ ଯୋଗ ଦାନ ପାଇଁ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବ ଉତ୍କଳ ସ୍ୱେଛାସେବୀ ସଂଗଠନ କର୍ମୀ ବସନ୍ତ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜମଧର ସେବା ସମବାୟ ସମିତିର ସଭାପତି ତଥା ପୂର୍ବତନ ସରପଂଚ ଧରଣୀଧର ଦାସ , ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଜିତେନ୍ଦ୍ର ପ୍ରସାଦ ପାଗଳ, ଚିନ୍ମୟ ପ୍ରସାଦ ମହାନ୍ତି, ମାନସ କୁମାର ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଡ଼ ପତିଙ୍କ ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତିଥିବା ଅବଦାନ ପାଇଁ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଡ଼ଃ ପତି ଙ୍କ ପୁସ୍ତକ ଓ ମାନବିକ ଅଧିକାର ସଂପର୍କରେ ସ୍ୱ ବକ୍ତବ୍ୟ ରଖିଥିଲେ। ଅକ୍ଷୟ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି