ବିଭାଜନ ବିଭୀଷିକା ସ୍ମୃତି ଦିବସରେ ସମସ୍ତ ଅମର ସ୍ୱାଧୀନତା ସଂଗ୍ରାମୀଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.) - ବିଭାଜନ ବିଭୀଷିକା ସ୍ମୃତି ଦିବସରେ ସମସ୍ତ ଅମର ସ୍ୱାଧୀନତା ସଂଗ୍ରାମୀଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୧୯୪୭ ମସିହା୧୪ ଅଗଷ୍ଟ ତାରିଖଟି
ବିଭାଜନ ବିଭୀଷିକା ସ୍ମୃତି     ଦିବସରେ ସମସ୍ତ ଅମର ସ୍ୱାଧୀନତା ସଂଗ୍ରାମୀଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)

- ବିଭାଜନ

ବିଭୀଷିକା ସ୍ମୃତି ଦିବସରେ ସମସ୍ତ ଅମର ସ୍ୱାଧୀନତା ସଂଗ୍ରାମୀଙ୍କୁ ନମନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ୧୯୪୭ ମସିହା୧୪ ଅଗଷ୍ଟ ତାରିଖଟି ଆମ ଜାତିର ଇତିହାସରେ ଗଭୀର ବେଦନା ଓ ବିପୁଳ

କ୍ଷତିର ପ୍ରତୀକ ଅଟେ । ଏହି ଦିନରେ ନିଜସ୍ୱ ସ୍ୱାର୍ଥ, ଶକ୍ତିର ଲୋଭ ଓ ସଂକୀର୍ଣ୍ଣ ମନୋଭାବର ଫଳରେ ଦେଶର ଏକତାକୁ ଭଙ୍ଗ କରାଯାଇଥିଲା। ଏହା ମାନବ

ସଭ୍ୟତାର ସବୁଠାରୁ ବେଦନାଦାୟକ ଘଟଣାମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଥିରେ ଅସଂଖ୍ୟ ଲୋକ ତାଙ୍କର ପ୍ରିୟଜନ, ଘରବାଡ଼ି ଓ ମାଟିଠାରୁ ବିଚ୍ଛିନ୍ନ ହୋଇଥିଲେ। ଏହି ଘା’ ଆମକୁ ସର୍ବଦା ଏହି ଉପଦେଶ ଦେଇଥାଏ

ଯେ ଘୃଣା ଓ ଦ୍ୱେଷର ପରିଣାମ କେତେ ବିନାଶକାରୀ ହୋଇପାରେ। ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଆମକୁ ଏକତା, ସହଯୋଗ ଓ କରୁଣାକୁ

ଜୀବନର ଆଧାର କରିବା ପାଇଁ ପ୍ରେରଣା ଦେଇଥାଏ । ଆଜି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ମୁଁ ସେହି ସମସ୍ତ ଅମର ଆତ୍ମା ଓ ବିସ୍ଥାପିତ ପରିବାରକୁ ନମନ କରୁଛି,

ଯେଉଁମାନେ ଏହି ଦୁଃଖଦ ଘଟଣାକୁ ସହି ବି ଜୀବନରେ ଆଗକୁ

ବଢ଼ିବାର ସାହସ ଦେଖାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande