ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ : ୪୦ରୁ ଅଧିକ ଡ୍ରପ ଆଉଟ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଫେରିଲେ
ଧର୍ମଶାଳା,୧୪ଅଗଷ୍ଟ(ହି.ସ.) - ଯାଜପୁର ଜିଲାରେ ଡ୍ରଫ ଆଉଟ ପିଲାମାନଙ୍କ ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି । ଶିକ୍ଷକମାନଙ୍କ ଘର ଘର ବୁଲି ଡ୍ରପ ଆଉଟ ସର୍ଭେ କରିବାର କୌଣସି ପ୍ରକାର ସୁଫଳ ମିଳୁ ନ ଥିବାର ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଆବଶ୍ୟକୀୟ କାଗଜପତ୍ର ଅଭାବରୁ ବିଦ୍ୟାଳୟରେ ନାମ ଲେଖା ହୋଇ ପା
ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ : ୪୦ରୁ ଅଧିକ ଡ୍ରପ ଆଉଟ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଫେରିଲେ


ଧର୍ମଶାଳା,୧୪ଅଗଷ୍ଟ(ହି.ସ.) - ଯାଜପୁର ଜିଲାରେ ଡ୍ରଫ ଆଉଟ ପିଲାମାନଙ୍କ ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି । ଶିକ୍ଷକମାନଙ୍କ ଘର ଘର ବୁଲି ଡ୍ରପ ଆଉଟ ସର୍ଭେ କରିବାର କୌଣସି ପ୍ରକାର ସୁଫଳ ମିଳୁ ନ ଥିବାର ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଆବଶ୍ୟକୀୟ କାଗଜପତ୍ର ଅଭାବରୁ ବିଦ୍ୟାଳୟରେ ନାମ ଲେଖା ହୋଇ ପାରୁ ନ ଥିବା ବେଳେ କିଛି ବିଦ୍ୟାଳୟରେ ଶିକ୍ଷା ବର୍ଷର ମଝିରେ ପିଲାମାନଙ୍କ ଆଡମିସନ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାର ଅଭିଯୋଗ ହୋଇଛି । ତେଣୁ ଏହି ଡ୍ରପ ଆଉଟ ପିଲାମାନଙ୍କଶିକ୍ଷା ଅଧିକାର ସୁନିଶ୍ଚିତ କରିବା ପାଇିଁ ଶିଶୁ ସୁରକ୍ଷା କର୍ମୀ ମଂଟୁ ଦାସ ଅଂଟା ଭିଡିଛନ୍ତି । ଯାଜପୁର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଗୋଟିଏ ପଂଚାୟତର ୩୦ ଜଣ ଡ୍ରପ ଆଉଟ ପିଲାମାନଙ୍କ ଏକ ତାଲିକା ପ୍ରଦାନ କରିବା ସହ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ସାମିଲ କରି ବିଦ୍ୟାଳୟରେ ନାମ ଲେଖାଇବା ପାଇର୍ ଅନୁରୋଧ କରିଥିଲେ । ଅତିରିକ୍ତ ପିଲାପାଳଙ୍କ ପତ୍ର ସଂଖ୍ୟା ୪୯୦୨ା୨୦୨୫ରେ ଜିଲା ଶିକ୍ଷାଧିକାରୀଙ୍କୁ ପିଲାମାନଙ୍କ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସୋମବାର ଦିନ ଯାଜପୁର ବ୍ଳକ ନୀଳକଣ୍ଠପୁରଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ କାକୁଡିକୁଦ ଗ୍ରାମରେ କିଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ଥିବାରୁ ଗତ ସୋମବାର ଦିନ ଶିଶୁ ଅଧିକାର କର୍ମୀ ମଂଟୁ ଦାସ,ମଣ୍ଡଳ ସହ ଶିକ୍ଷା ଅଧିକାରୀ ନିର୍ମଳ ଜେନା ଓ ବରଦା ଭୂଷଣ ମହାପାତ୍ର,ସିଆସିସି ସୌଦାମିନି ପତି ଓ ମା ଜାଡେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ ରଂଜନ ବେହେରା ମିଳିତ ଭାବେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଡ୍ରପ ଆଉଟ ଦିବ୍ୟାଙ୍ଗ ଶିଶୁଙ୍କ ଘରେ ପଂହଚି ନାମ ଲେଖାଇବା କାର୍ଯ୍ୟକ୍ରମ କରିଥିଲେ । ଅପର ପକ୍ଷରେ ଜିଲା ଶିକ୍ଷାଧିକାରୀ ଦାନଗଦୀ ବ୍ଲକର ୩୦ ଜଣ ଡ୍ରପ ଆଉଟ ପିଲାମାନଙ୍କ ବିଦ୍ୟାଳୟ ଫେରାଇ ଆଣିବା ପାଇଁ ଶାଳିଜଙ୍ଗା ପଂଚାୟତ ଶାଳିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନଡିଆଭଙ୍ଗା ପଂଚାୟତର ନୀଳାଚଂଳ ଉଚ୍ଚ ବିଦ୍ୟାଳୟର ପ୍ରଧାନାିକ୍ଷକଙ୍କୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ପିଲାମାନଙ୍କ ନାମ ଲେଖାଇବା ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ଗୋଟିଏ ଦିନରେ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande