ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ଚାଷୀଙ୍କୁ ବଡ
ଆଶ୍ୱସ୍ତି ଦେଇ, ଓଡିଶା ସରକାର ଖରିଫ
ଋତୁ ପାଇଁ ‘ପ୍ରଧାନମନ୍ତ୍ରୀ
ଫସଲ ବୀମା ଯୋଜନା’ ର ପଞ୍ଜିକରଣର ଶେଷ
ତାରିଖ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ଋଣ ନେଇଥିବା ଓ ଋଣ ନେଇନଥିବା –
ଉଭୟ ପ୍ରକାରର ଚାଷୀଙ୍କ ପାଇଁ ଲାଗୁ ହେବ।
ରାଜ୍ୟ ସରକାରଙ୍କ
ପ୍ରସ୍ତାବକୁ କେନ୍ଦ୍ର ସରକାରର ଅନୁମୋଦନ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି
ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଏହି ସଂପର୍କରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ
ସୂଚନା ଦେଇଛନ୍ତି।
ସଂଶୋଧିତ କାର୍ଯ୍ୟସୂଚୀ
ଅନୁସାରେ ବର୍ତ୍ତମାନ ପଞ୍ଜିକରଣ ରବିବାର ଓ ସାର୍ବଜନୀନ ଛୁଟି ଦିନରେ ମଧ୍ୟ କରାଯିବ। ପଞ୍ଜିକରଣ
କାଉଣ୍ଟର ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ପূର୍ବରୁ ଶେଷ ତାରିଖ
୨୦ ଅଗଷ୍ଟ ନିର୍ଦ୍ଧାରିତ ଥିଲା।
ଏହି ବିସ୍ତାରର ଉଦ୍ଦେଶ୍ୟ
ଅଧିକ ସଂଖ୍ୟକ କୃଷକଙ୍କୁ ଯୋଜନା ଅନ୍ତର୍ଗତ କରିବା, ଯାହାଫଳରେ ସେମାନେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସମ୍ଭାବ୍ୟ ହାନିରୁ ନିଜର ଫସଲକୁ
ସୁରକ୍ଷିତ ରଖିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା