କେନ୍ଦୁଝର ଷ୍ଟାଡିୟମରେ ୭୯ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
କେନ୍ଦୁଝର, 15 ଅଗଷ୍ଟ (ହି.ସ.) ଆଜି ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଆଜିର ଏହି ଜିଲ୍ଲା ସ୍
79th indipendence day celebration


କେନ୍ଦୁଝର, 15 ଅଗଷ୍ଟ (ହି.ସ.) ଆଜି ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଆଜିର ଏହି ଜିଲ୍ଲା ସ୍ତରୀୟ ପ୍ୟାରେଡରେ ୫୨ଟି ଦଳ ସାମିଲ ହୋଇଥିଲେ। ଏହି ଅବସରରେ ସମ୍ମିଳିତ ଜନତାଙ୍କୁ ଉଦବୋଧନ ଦେଇ ଦେଶର ଏକତାକୁ ତ୍ରିରଙ୍ଗା ଯାତ୍ରା ହିଁ ସଫଳ କରି ପାରୁଛି। ଏହା ଜିଲ୍ଲାରେ ବିକାଶ କାର୍ଯ୍ୟକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ନୂଆ ଆଶା ଭରସା ନେଇ ରାଜ୍ୟ ସରକାର ଆଗେଇ ଚାଲିଥିବା ବେଳେ ରାଜ୍ୟବାସୀ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ। ଏହାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ୟାରେଡରେ ଯୋଗ ଦେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande