ଭୁବନେଶ୍ୱର,୧୫ ଅଗଷ୍ଟ (ହି.ସ.) - ବିଏମ୍ ସି ପକ୍ଷରୁ ଆଇନଗତ ସଫେଇ, ସୁରକ୍ଷିତ ସଫେଇଞ୍ଚଅଭିଯାନ ଆରମ୍ଭ ହୋଇଛି । ପ୍ରମୁଖ ପରିମଳ କର୍ମୀଙ୍କ ସୁରକ୍ଷା, ସେବା ପ୍ରଦାନ ଏବଂ ସମ୍ମାନକୁ ଗୁରୁତ୍ୱ ଦେଇ ଚାଲୁ ରହିଥିବା ଞ୍ଚଗରିମାଞ୍ଚ କାର୍ଯ୍ୟକ୍ରମକୁ ଦୃଢ଼ କରିବାର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରୁ ଆରମ୍ଭ ହୋଇଛି ଞ୍ଚଆଇନଗତ ସଫେଇ, ସୁରକ୍ଷିତ ସଫେଇଞ୍ଚ ଅଭିଯାନ।
ଜନସାଧାରଣ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ପାଇଖାନା ଟାଙ୍କି ସଫା କରିବା ପାଇଁ ଅଣତାଲିମପ୍ରାପ୍ତ ପରିମଳ କର୍ମଚାରୀ ଏବଂ ଅଣ ପଞ୍ଜିକୃତ ପାଇଖାନା ଟାଙ୍କି ସଫା ଗାଡିକୁ କାର୍ଯ୍ୟରେ ଲଗାନ୍ତୁ ନାହିଁ। ଏହା ଆଇନ ବିରୁଦ୍ଧ ଏବଂ ଏହି କାର୍ଯ୍ୟରେ ସଂପୃକ୍ତ ପରିମଳ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ରହିଛି। ଗରିମା ପରିଚୟ ଓ ତାଲିମପ୍ରାପ୍ତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରନ୍ତୁ । ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଯଦି କୌଣସି ପରିମଳ କର୍ମଚାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ ନ ପିନ୍ଧି ପାଇଖାନା ଟାଙ୍କି କିମ୍ବା ସ୍ୱେରେଜ ନଳା ସଫା କରୁଥିବା ଦେଖନ୍ତି, ତେବେ ୧୪୪୨୦ ନିଶୁଳ୍କ ଫୋନ୍ ନମ୍ବରକୁ କଲ୍ କରି ଜଣାନ୍ତୁ ଏବଂ ଜଣେ ଦାୟିତ୍ୱବାନ ନାଗରିକ ହୁଅନ୍ତୁ । ଆମେ ସମସ୍ତେ ମିଳିମିଶି ଏହି ଗୁରୁତ୍ୱପୂର୍ଣ୍ଣ ତଥା ବିପଦପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଏବଂ ବିପଦମୁକ୍ତ କରିବା ବୋଲି ଆହ୍ୱାନ ଦେଇଛନ୍ତି ମେୟର ଓ କମିଶନର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା