ବଲାଙ୍ଗିର, 15 ଅଗଷ୍ଟ (ହି.ସ.)
ଆଜି ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ବଲାଙ୍ଗୀର ବାର୍ ଓ ବେଞ୍ଚ ର ମିଳିତ ସହଯୋଗରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଦୌରାଜଜ୍ ଡ.ପବିତ୍ର ମୋହନ ସାମଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ଆବାହକତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ସଂଘ ର ସମସ୍ତ ସଭ୍ଯ ସହଯୋଗ କରିଥିଲେ l ଏହି ଅବସରରେ କୋର୍ଟ ପରିସରରେ ନାଚଗୀତ ଓ ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଡଭୋକେଟ ସୁଶାନ୍ତ ବାଗ ଙ୍କ କୋଶଲି କବିତା ସମସ୍ତଙ୍କ ମନ ମୋହିଥିଲା l ପରେ କୋର୍ଟ ପରିସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଶିବିରରେ ୫୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସିଭିଲ୍ କୋର୍ଟ ରେଜିଷ୍ଟlର ଙ୍କ ସମେତ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ରକ୍ତଦାନ କରିଥିଲେ l ଏଥିରେ ଆଡଭୋକେଟ ଅରବିନ୍ଦ ପୁଝାରୀ, ସଂଜୀବ ହୋତା, ସୁବାସ ନନ୍ଦ, ରାମାନନ୍ଦ ଥନlପତି,ସନ୍ତୋଷ ଠାକୁରଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସଂଘର ଉପସଭାପତି ସୁଧାଂଶୁ ଦେଓ, ସଭ୍ଯ ଅଶୋକ ରାଉତ, ସମୀର ମିଶ୍ର, ଦିପ୍ତୀ ଶର୍ମା, ଗୋବିନ୍ଦ ମହାନ୍ତି, ଶିବ ଦ୍ଵିବେଦୀ ପ୍ରମୁଖ ସହଯୋଗ କରିଥିଲେ l ରକ୍ତଦାନ ଶିବିର ଟି ସମସ୍ତଙ୍କ ସହଯୋଗରେ ସଫଳ ହୋଇଥିବାରୁ ସମସ୍ତଙ୍କୁ ସଂଘର ସମ୍ପାଦକ ସଞ୍ଜୟ ବଗର୍ତ୍ତୀ ଧନ୍ୟବାଦ ଜଣାଇଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ