ଜଙ୍ଘିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୯ ତମ ସ୍ବାଧିନତା ଦିବସ ପାଳନ
କେନ୍ଦୁଝର, 15 ଅଗଷ୍ଟ (ହି.ସ.) ହରିଚନ୍ଦନପୁର ବ୍ଲକ ଜଙ୍ଘିରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ମହାନ୍ତଙ୍କ ଅଧ୍ଯକ୍ଷତାରେ ୭୯ ତମ ସ୍ବାଧୀନତା ଦିବସ ପାଳନ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଣ୍ଡାପଡା ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଲକ୍ଷୀକାନ୍ତ ପ୍ରଧ
ଜଙ୍ଘିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୯ ତମ ସ୍ବାଧିନତା ଦିବସ ପାଳନ


କେନ୍ଦୁଝର, 15 ଅଗଷ୍ଟ (ହି.ସ.)

ହରିଚନ୍ଦନପୁର ବ୍ଲକ ଜଙ୍ଘିରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ମହାନ୍ତଙ୍କ ଅଧ୍ଯକ୍ଷତାରେ ୭୯ ତମ ସ୍ବାଧୀନତା ଦିବସ ପାଳନ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଣ୍ଡାପଡା ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଲକ୍ଷୀକାନ୍ତ ପ୍ରଧାନ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ,ଗୁରୁଜୀ ଓ ଗୁରୁମା ସ୍ବାଧୀନତା ସଂଗ୍ରାମୀ ମହା ପୁରୁଷଙ୍କ ବିରତ୍ଵ ବାବଦରେ ଅଭିଭାଷଣ ପ୍ରଦାନ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଜଙ୍ଘିରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ଗୁରୁଜୀ,ଗୁରୁମା,ସେବକ,ସେବିକା ଓ ମାତୃ ଭାରତୀର ମାଆ ମାନେ ଉପସ୍ଥିତ ରହିଥିଲେ। ପରିଚାଳନା ସମିତିର ନୂତନ ଓ ପୁରାତନ ସଦସ୍ୟ - ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande