ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ କାର୍ଯ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳନ
ମାଲକାନଗିରି, ୧୫ ଅଗଷ୍ଟ (ହି.ସ.) ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସ କାର୍ଯ୍ୟାଳୟ ପରିସରରେ ଭାରତର ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଲକାନଗିରି ଉପ- ଜିଲ୍ଲାପାଳ ସୁଶ୍ରୀ ଅଶ୍ବିନୀ ଏ ଲ ଜାତୀୟ ପତାକା ଉତ୍ତୋଳନ କରିଥିଲ
ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ କାର୍ଯ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳନ


ମାଲକାନଗିରି, ୧୫ ଅଗଷ୍ଟ (ହି.ସ.) ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସ କାର୍ଯ୍ୟାଳୟ ପରିସରରେ ଭାରତର ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଲକାନଗିରି ଉପ- ଜିଲ୍ଲାପାଳ ସୁଶ୍ରୀ ଅଶ୍ବିନୀ ଏ ଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ଏମ ୟୁ ଯେ ସମସ୍ତ କର୍ମକର୍ତ୍ତା ଏବଂ ମାଲକାନଗିରି ସଦର ମହକୁମା ସହିତ ଜିଲ୍ଲାର ସାତୋଟି ବ୍ଲକରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ବାଧୀନତା ଦିବସର ତାତ୍ପର୍ଯ୍ୟ, ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସାମ୍ବାଦିକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ସମାରୋହରେ ସଭାପତି ଦେବ ପ୍ରସାଦ ଦାଶଙ୍କ ସହିତ,ଉପ -ସଭାପତି ସତ୍ୟନାରାୟଣ ପଣ୍ଡା, ସମ୍ପାଦକ ଶରତଚନ୍ଦ୍ର ମହାରଣା, ଯୁଗ୍ମ ସମ୍ପାଦକ ଅସୀମ ବିଶ୍ବାସ, ମାଲକାନଗିରି ବ୍ଲକ ସଭାପତି ଶିବପ୍ରସାଦ କୀର୍ତ୍ତନିୟା,ଏ ଈଶ୍ୱର ରାଓ,ଶଙ୍କର ପାଲ, ଚକ୍ରଧର ପଟ୍ଟନାୟକ,କୃଷ୍ଣ ରାୟ, ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଜାତୀୟ ପତାକାକୁ ଅଭିବାଦନ ଜଣାଇ ଥିଲେ। ଏହାପରେ ଏହି ପବିତ୍ର ଦିବସ ଏବଂ ଶୁଭ ଅବସରରେ, ସମସ୍ତ ସାମ୍ବାଦିକ ଭାଇମାନେ ସର୍ବଦା ନିରପେକ୍ଷତା ଅବଳମ୍ବନ କରି ସତ୍ୟ ଖବର ପରିବେଷଣ କରିବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ ଏବଂ ବିଶେଷକରି ଓଡ଼ିଶାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ନିକଟକୁ ପହଞ୍ଚାଇବେ ଏବଂ ସେମାନଙ୍କ ଉନ୍ନତି ପାଇଁ ନିରବଚ୍ଛିନ୍ନ ଭାବରେ କାମ କରିବେ ବୋଲି ଶପଥଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande