ଆଲେଖ୍ୟରେ ନୂଆ ଓଡ଼ିଶାର ନୂଆ ପିଢ଼ି କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ଆଲେଖ୍ୟରେ ନୂଆ ଓଡ଼ିଶାର ନୂଆ ପିଢ଼ି କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାଧୀନତା ଦିବସ ଅବସରରେ ସ୍ଵତନ୍ତ୍ର ଆଲେଖ୍ୟ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ପିଢ଼ିଙ୍କୁ ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆ
ଆଲେଖ୍ୟରେ ନୂଆ ଓଡ଼ିଶାର ନୂଆ     ପିଢ଼ି କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ଆଲେଖ୍ୟରେ ନୂଆ ଓଡ଼ିଶାର ନୂଆ

ପିଢ଼ି କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାଧୀନତା ଦିବସ ଅବସରରେ ସ୍ଵତନ୍ତ୍ର ଆଲେଖ୍ୟ

ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ପିଢ଼ିଙ୍କୁ

ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଓଡ଼ିଆ ମାଟିର ଶକ୍ତି

କିଛି ଅଲଗା । ଆଜି ପବିତ୍ର ସ୍ବାଧୀନତା ଦିବସରେ ନୂଆ ଓଡ଼ିଶାର ନୂଆ ପିଢ଼ିକୁ ଓଡ଼ିଶାର

ଐତିହ୍ୟ-ପରମ୍ପରା ଏବଂ ମହାନ ଇତିହାସର ଅଧ୍ୟୟନ କରିବା ସହ ସେଥିରେ ଗର୍ବିତ ହେବାକୁ ଅହ୍ବାନ

ଜଣାଉଛି ।

୨୦୩୬ ମସିହାରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବା ୨୦୪୭ ଦେଶ

ସ୍ବାଧୀନତାର ୧୦୦ ବର୍ଷ ପୂଷ୍ଟି ହେବା ୨୦୨୫ରୁ ୨୦୩୬ ଆଉ ୧୦-୧୧ ବର୍ଷର ସମୟ ୨୦୨୫ରୁ ୨୦୪୭ ଆଉ

୨୦-୨୨ ବର୍ଷ ସମୟ ହାତରେ ମୋଟ ୨ ଦଶନ୍ଧିର ସମୟ ଏବଂ ସେଥିରେ ପ୍ରଥମ ଦଶନ୍ଧି ଆମ ପାଇଁ ଖୁବ୍

ଗୁରୁତ୍ବପୂର୍ଣ୍ଣ ।

ଆସନ୍ତୁ ପବିତ୍ର ସ୍ବାଧୀନତା ଦିବସରେ ଗଣତନ୍ତ୍ରର ଜୟ ଜୟକାର କରିବା ତା' ସହ ବିକାଶ ପାଇଁ ହିଁ ଗଣତନ୍ତ୍ର- ଏହାର ମହତ୍ତ୍ବକୁ ବୁଝି ବିକଶିତ

ଭାରତର ମୂଳଦୁଆ ଆମ ଜନ୍ମମାଟି ଓଡ଼ିଶାରୁ ପକାଇବା । ସେଥିପାଇଁ ସୁଚିରିତ ଯୋଜନା ସହ ସମୟବଦ୍ଧ

ଲକ୍ଷ୍ୟ ଆଧାରିତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମୋ ସରକାର ବଦ୍ଧପରିକର ।

ସାମ୍ନାରେ ଆମର ଭିଜନ୍-୨୦୩୬ ଅଛି ୨୦୨୯ ମସିହା ସୁଦ୍ଧା ଆମର ଲକ୍ଷ୍ୟ ସଂକଳ୍ପ ପତ୍ର

ମାଧ୍ୟମରେ ଉପଲବ୍ଧ ଗଣତନ୍ତ୍ରରେ ବିତର୍କ ଓ ଆଲୋଚନା ମାଧ୍ୟମରେ ସବୁ ମତ, ମତପାର୍ଥକ୍ୟକୁ ଗୋଟିଏ ମଞ୍ଚରେ ଏକାଠି କରି ଆସରୁ ଆମର ଭବିଷ୍ୟତ ପାଇଁ

ଏକମତ ହେବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande