ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)
- ଦେଶବାସୀଙ୍କୁ 79ତମ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ 79ତମ ସ୍ୱାଧୀନତା ଦିବସର ଅନନ୍ତ ଶୁଭକାମନା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ ଏହି ଐତିହାସିକ ଅବସରରରେ ଆମେ ଏହି ସଂକଳ୍ପ ନେବା
ଯେ, ନିଜ ଦେଶକୁ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ରାଷ୍ଟ୍ର କରିବା ପାଇଁ ନିରନ୍ତର ପ୍ରୟାସ କରିବା
ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା । ଜୟ ହିନ୍ଦ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା