ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)
- ୭୯ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ୭୯ତମ
ସ୍ବାଧିନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଏହି ମହାନ ଅବସରରେ
ଦେଶର ସେହି ମହାନ୍ ବୀର ସଂଗ୍ରାମୀଙ୍କ ପ୍ରତି
ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ନିରନ୍ତର ସଂଘର୍ଷ,
ତ୍ୟାଗ
ଏବଂ ବଳିଦାନ ପାଇଁ ଆଜି ଆମେ ସ୍ଵାଧୀନର ପରିଚୟ ପାଇଅଛୁ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ ଆଜିର ଏହି ପବିତ୍ର ଦିନରେ ସମସ୍ତେ ଶାନ୍ତି,
ମୈତ୍ରୀ
ଏବଂ ଏକତାର ମନ୍ତ୍ରରେ ଦେଶର ଅଖଣ୍ଡତାକୁ ବଜାୟ ରଖିବା ସହ 'ବିକଶିତ ଓଡ଼ିଶା ଏବଂ 'ବିକଶିତ ଭାରତ'
ଗଠନ
ପାଇଁ ସଂକଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା