ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ପାଳିତ
ଚମ୍ପୁଆ, 16 ଅଗଷ୍ଟ (ହି.ସ.) - ଚମ୍ପୁଆ ସଦର ମହକୁମା ସ୍ଥିତ ନେହେରୁ ଷ୍ଟାଡିୟମ୍ ରେ ୭୯ ତମ ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି। ସକାଳୁ ରାମ ଧୂନ୍ ଓ ପ୍ରଭାତ ଫେରୀ ପରେ ପୂର୍ବାହ୍ନ ୯ ଘଟିକା ସମୟରେ ନେହେରୁ ଷ୍ଟାଡିୟମ୍ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପାଳନ କାର
ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ପାଳିତ


ଚମ୍ପୁଆ, 16 ଅଗଷ୍ଟ (ହି.ସ.) - ଚମ୍ପୁଆ ସଦର ମହକୁମା ସ୍ଥିତ ନେହେରୁ ଷ୍ଟାଡିୟମ୍ ରେ ୭୯ ତମ ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି। ସକାଳୁ ରାମ ଧୂନ୍ ଓ ପ୍ରଭାତ ଫେରୀ ପରେ ପୂର୍ବାହ୍ନ ୯ ଘଟିକା ସମୟରେ ନେହେରୁ ଷ୍ଟାଡିୟମ୍ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଯୋଗ ଜାତୀୟ ପତାକା ଉତ୍ତଳୋନ କରିବା ସହ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଏନସିସି ଶିକ୍ଷକ ଗିରିଶ ଚନ୍ଦ୍ର ପ୍ରଧାନ ଓ ବସନ୍ତ ମହାନ୍ତ ଙ୍କ ତତ୍ତ୍ଵାବଧାନ ରେ ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ପ୍ରଦର୍ଶନ କରିଥଲେ। ପ୍ୟାରେଡ ପରେ ଉପଖଣ୍ଡ ପ୍ରଶାସନ ତରଫରୁ ଆୟୋଜିତ ବିଭିନ୍ନ ପ୍ରୋତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ ଦେଶସେବା ରେ ପ୍ରାଣବଳୀ ହୋଇଥିବା ବୀର ଯବାନ ଶହୀଦ ରାଜେନ୍ଦ୍ର ମହାନ୍ତ, ଶହୀଦ ଲାନ୍ସ ନାଏକ ପୂର୍ଣ୍ଣଚନ୍ଦ୍ର ମୁଣ୍ଡା , ଶହୀଦ ହାବିଲଦାର ଗୌତମ ପ୍ରଧାନ , ନାଏବ ସୁବେଦାର ତ୍ରିଲୋଚନ ମହାନ୍ତ , ଲଗର ମୁଣ୍ଡା ଙ୍କୁ ବୀରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ତତ ସହିତ ପ୍ରକୃତି ପ୍ରେମୀ ଭାବରେ ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତ, କ୍ଷେତ୍ରବାସୀ ମହାନ୍ତ , ସହଦେବ ସିଂ, ଚକ୍ରଧର ମହାନ୍ତ, ଅରବିନ୍ଦ ମହାନ୍ତ , ଧରଣୀଧର ଦାସ , ରମା ପ୍ରଧାନ ଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସ୍ଥାନୀୟ ତିନିଜଣ ମହିଳା ସାମ୍ବାଦିକ ଙ୍କୁ ସୁସାମ୍ବାଦିକା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା। ଶେଷରେ ଚମ୍ପୁଆ ଉପ କାରାଗାର ଅନ୍ତେବାସୀ ଙ୍କୁ ବିସ୍କୁଟ ଓ ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ସହିତ ସହକାରୀ ଜିଲ୍ଲାପାଳ ଫୁରଲାଇ ବେଶ୍ରା, ଉପଖଣ୍ଡ ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ସାହୁ , ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ ଉମାକାନ୍ତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ , ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ, ଚମ୍ପୁଆ ଉପକାରାଗାର ଅଧୀକ୍ଷକ ସ୍ମିତାରାଣି ଖଟୁଆ, ଚମ୍ପୁଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା , ତହସିଲଦାର ସଜ୍ଜତ ମାର୍କି ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପୁଆ ଉପଖଣ୍ଡ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ। ଏଥି ସହିତ ଚମ୍ପୁଆ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ୭୮ ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande