ରାମଗଡ଼, ୧୬ ଅଗଷ୍ଟ(ହି.ସ.) – ଝାରଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଦିବଂଗତ ଶିବୁ ସୋରେନ୍ଙ୍କ ଶ୍ରାଦ୍ଧ ଭୋଜି ଶନିବାର ଦିନ ତାଙ୍କ ପୈତୃକ ଗାଆଁ ରାମଗଡ଼ ଜିଲ୍ଲାର ନେମରାରେ ହେଉଥିଲା, ଯେଉଁଥିରେ ବିପୁଳ ସଂଖ୍ୟାରେ ଲୋକ ପହଂଚିଥିଲେ।
ଦିବଂଗତ ଶିବୁ ସୋରେନଙ୍କ ଶ୍ରାଦ୍ଧ ଭୋଜିରେ ରାଜନୀତିକ, ସାମାଜିକ ଏବଂ ଧାର୍ମିକ କ୍ଷେତ୍ର ସହିତ ସରକାରୀ ଅଧିକାରୀ, ସାଧାରଣ ଲୋକ ସହିତ କେତେକ ପ୍ରମୁଖ ବିଶିଷ୍ଟ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନେମରା ପହଂଚିଛନ୍ତି। ଏହାକୁ ନେଇ ପୁରା ଅଂଚଳରେ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି।
ଝାରଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ମଧ୍ୟ ନେମରା ପହଂଚି ସ୍ୱର୍ଗୀୟ ଶିବୁ ସୋରେନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଭୋଜିରେ ଭାଗ ନେଇଥିଲେ। ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ତାଙ୍କ ଭଲମନ୍ଦ ପଚାରିଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି