ଗଞ୍ଜେଇ ଚାଲାଣ ବେଳେ ଚଢାଉ ମାମଲା : ଅନ୍ୟ ୨ ଅଭିଯୁକ୍ତ ଗିରଫ
ଜୟପୁର, ୧୬ ଅଗଷ୍ଟ (ହି.ସ.) - ଗଞ୍ଜେଇ ଚାଲାଣ ମାମଲାରେ ଅନ୍ୟ ୨ ଅଭିଯୁକ୍ତ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଅନକାଡେଲିର ବିରୋଜ ଲାମା ଏସିୟ, ବିରଜୁ (୨୪) ଓ ଏକଟାଗୁଡାର ଆକାଶ ଏଲିୟସ ବଣ୍ଟି ନାୟକ । ସୁଚନା ଅନୁଯାଇ ଗଞ୍ଜେଇ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଟାଉ
ଗଞ୍ଜେଇ ଚାଲାଣ ବେଳେ ଚଢାଉ ମାମଲା : ଅନ୍ୟ ୨ ଅଭିଯୁକ୍ତ ଗିରଫ


ଜୟପୁର, ୧୬ ଅଗଷ୍ଟ (ହି.ସ.) - ଗଞ୍ଜେଇ ଚାଲାଣ ମାମଲାରେ ଅନ୍ୟ ୨ ଅଭିଯୁକ୍ତ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଅନକାଡେଲିର ବିରୋଜ ଲାମା ଏସିୟ, ବିରଜୁ (୨୪) ଓ ଏକଟାଗୁଡାର ଆକାଶ ଏଲିୟସ ବଣ୍ଟି ନାୟକ । ସୁଚନା ଅନୁଯାଇ ଗଞ୍ଜେଇ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଟାଉନ ପୋଲିସ ଚଢାଉ କରିଥିଲା । ଚଢାଉ କରି ୬ ଅଭିଯୁକ୍ତ କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇ ଚଢାଉ କରିଥିବା ସମୟରେ ଗିରଫ ଦୁଇ ଅଭିଯୁକ୍ତ ଗଞ୍ଜେଇ ମାଫିଆ ମାନଙ୍କୁ ଭୁବନେଶ୍ୱରରେ ଲୁଚାଇ ରଖିଥିଲେ । ପୋଲିସ ଚଢାଉ ସୁଚନା ପାଇ ସେ ମାନଙ୍କୁ ଖସେଇବାରେ ସହୟତା କରିଥିଲେ । ଏନେଇ ପୋଲିସ ୨ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଇଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି । ସୁଚନା ଅନୁଯାଇ ଅନୁଯାଇ ଗତ ମେ ୨୯ ତାରିଖ ରେ ଜୟପୁର ଟାଉନ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ହାଟପଦା ନିକଟ ହୁଣ୍ଡାଇ ସୋରୁମ ଓ ମାରୁତି ସୁଜୁକି ସୋରୁମ ପଛ ପଟେ ଏକ କାବାଡି ଦୋକାନ ନିକଟରେ ୧୦ରୁ ୧୨ ଜଣ ଦୁର୍ବୁତ ଗାଡିରେ ଗଞ୍ଜେଇ ଲୋଡ କରୁଥିଲେ । କୁଣ୍ଡା ଓ ଖୁଦ ପ୍ୟାକେଟ ସହ ଗଞ୍ଜେଇ ଲୋଡ କରୁଥିଲେ । ଚଢାଉ କରି ପୋଲିସ ୨୫୯ ପ୍ୟାକେଟରେ ୧୩୧୮ କେଜି ଗଞ୍ଜେଇ, ୧୨୦ ପ୍ୟାକେଟ କୁଣ୍ଡା ଓ ଖୁଦ, ୩ଟି ମୋବାଇଲ, ୪ ଚକିଆ ମିନି ଟ୍ରକ ଓ ୬ ଚକିଆ ଟ୍ରକକୁ ଜବତ କରିଛି। ଚଢାଉ ଦରରେ ବିକ୍ରୟ କରିବା ପାଇ ଗଞ୍ଜେଇକୁ ଟ୍ରକରେ ହାରିୟାନା କୁ ଚାଲାଣ କରୁଥିବା ପୋଲିସ ତଦନ୍ତ ଜାଣିବାକୁ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande