ଭାରତ ଟ୍ରମ୍ପ-ପୁଟିନ ଶିଖର ସମ୍ମିଳନୀକୁ କରିଛି ସ୍ୱାଗତ
ନୂଆଦିଲ୍ଲୀ, ଅଗଷ୍ଟ ୧୬ (ହିସ)- ଭାରତ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶିଖର ବୈଠକକୁ ସ୍ୱାଗତ କରିଛି ଏବଂ ପୁଣି ଥରେ କହିଛି ଯେ ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ମିଳିପାରିବ। ବୈଦେଶିକ ମନ୍
ଭାରତ ଟ୍ରମ୍ପ-ପୁଟିନ ଶିଖର ସମ୍ମିଳନୀକୁ କରିଛି ସ୍ୱାଗତ


ନୂଆଦିଲ୍ଲୀ, ଅଗଷ୍ଟ ୧୬ (ହିସ)- ଭାରତ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶିଖର ବୈଠକକୁ ସ୍ୱାଗତ କରିଛି ଏବଂ ପୁଣି ଥରେ କହିଛି ଯେ ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ମିଳିପାରିବ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଶନିବାର ଏକ ବିବୃତିରେ କହିଛନ୍ତି ଯେ ଶାନ୍ତି ପାଇଁ ଉଭୟ ନେତାଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।

ମୁଖପାତ୍ର କହିଛନ୍ତି, ଭାରତ ଏହି ଶିଖର ସମ୍ମିଳନୀରେ ହୋଇଥିବା ଅଗ୍ରଗତିକୁ ପ୍ରଶଂସା କରେ। ଆଗକୁ ବଢ଼ିବାର ପଥ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ମିଳିପାରିବ। ବିଶ୍ୱ ସମୁଦାୟ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଶୀଘ୍ର ସମାପ୍ତି ଦେଖିବାକୁ ଚାହୁଁଛି। ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ସର୍ବଦା ବିଶ୍ୱାସ କରିଆସିଛି ଯେ ଯେକୌଣସି ବିବାଦର ସମାଧାନ କେବଳ ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ପାରସ୍ପରିକ ବୁଝାମଣା ମାଧ୍ୟମରେ ସମ୍ଭବ।

ଗତକାଲି ଆଲାସ୍କାରେ ଆମେରିକା ଏବଂ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରାୟ ତିନି ଘଂଟାର ବୈଠକରେ ଅନେକ ପ୍ରସଙ୍ଗରେ ସହମତ ହୋଇଛି। ରୁଷ ରାଷ୍ଟ୍ରପତି ଏହି ଯୁଦ୍ଧର ମୌଳିକ କାରଣଗୁଡ଼ିକୁ ରେଖାଙ୍କିତ କରିଛନ୍ତି ଏବଂ ସେମାନଙ୍କର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଆମେରିକୀୟ ରାଷ୍ଟ୍ରପତି ମଧ୍ୟ ଅନେକ ପ୍ରସଙ୍ଗରେ ସହମତ ହୋଇଛନ୍ତି। ଟ୍ରମ୍ପ ସୋମବାର ୟୁକ୍ରେନୀୟ ରାଷ୍ଟ୍ରପତି ବୋଲୋଦିମିର ଜେଲେକ୍ସିଙ୍କୁ ଭେଟିବେ, ଯାହା ପରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଚୁକ୍ତିର ପରବର୍ତୀ ରୂପରେଖା ଜଣାପଡିବ।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande