ନୂଆଦିଲ୍ଲୀ, ଅଗଷ୍ଟ ୧୬ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୭୯ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଦେଶର ରାଷ୍ଟ୍ର ଏବଂ ସରକାର ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
ୟୁକ୍ରେନୀୟ ରାଷ୍ଟ୍ରପତି ବୋଲୋଦିମିର ଜେଲେସ୍କିିଙ୍କ ଅଭିନନ୍ଦନ ବାର୍ତାର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ପୋଷ୍ଟରେ କହିଛନ୍ତି, ରାଷ୍ଟ୍ରପତି ଜେଲେସ୍କି, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଭାରତ ଏବଂ ୟୁକ୍ରେନ ମଧ୍ୟରେ ଆହୁରି ଘନିଷ୍ଠ ସମ୍ପର୍କ ଗଠନ ପାଇଁ ମିଳିତ ପ୍ରତିବଦ୍ଧତାକୁ ମୁଁ ବହୁତ ଗୁରୁତ୍ୱ ଦେଉଛି। ଆମେ ୟୁକ୍ରେନରେ ଆମର ବନ୍ଧୁମାନଙ୍କୁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ଭବିଷ୍ୟତ କାମନା କରୁଛୁ।
ସେହିପରି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜମିନ୍ ନେନ୍ୟାହୁଙ୍କ ଏକ୍ସ-ପୋଷ୍ଟର ଉତର ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନେନ୍ୟାହୁ, ଆପଣଙ୍କ ହୃଦୟସ୍ପର୍ଶୀ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଭାରତ-ଇସ୍ରାଏଲ ବନ୍ଧୁତା ଆହୁରି ପ୍ରଗତିଶୀଳ ହେଉ। ଉଭୟ ଦେଶ ଏହି ସମ୍ପର୍କକୁ ଆହୁରି ମଜବୁତ ଏବଂ ଗଭୀର କରନ୍ତୁ ଯାହା ଦ୍ୱାରା ଆମର ଲୋକମାନେ ଶାନ୍ତି, ବିକାଶ ଏବଂ ସୁରକ୍ଷା ପାଇପାରିବେ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ