ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କୁ ଦିଆଯାଉଛି ଅଧିକ କାର୍ଯ୍ୟ ଚାପ ଅଗଷ୍ଟ ୧୮ରୁ କରିବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ବାରିପଦା, ୧୬ ଅଗଷ୍ଟ (ହି.ସ.) - ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ୧୮ ଅଗଷ୍ଟରୁ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିବେ। ଏନେଇ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ ଅସହ୍ୟ କାର୍ଯ୍ୟଭାର, ଅଣ-ରାଜସ୍ୱ ଦାୟିତ୍ୱ ଏବଂ ଗ
Rajaswa kshetra adhikari


ବାରିପଦା, ୧୬ ଅଗଷ୍ଟ (ହି.ସ.) - ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ୧୮ ଅଗଷ୍ଟରୁ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିବେ। ଏନେଇ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ ଅସହ୍ୟ କାର୍ଯ୍ୟଭାର, ଅଣ-ରାଜସ୍ୱ ଦାୟିତ୍ୱ ଏବଂ ଗୁରୁତର ଅଭିଯୋଗର ନିରନ୍ତର ଉପେକ୍ଷା ବିରୋଧରେ ୧୮ ଅଗଷ୍ଟରୁ କଲମ୍‌-୨ ସଂଶୋଧନ ଏବଂ ସମସ୍ତ ଅଣ-ରାଜସ୍ୱ କାର୍ଯ୍ୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସି୨ସି ଲକ୍ଷ୍ୟ ଅନୁଯାୟୀ ପ୍ରତିଦିନ ୧୫ଟି ଏଂଟ୍ରି ପୂରଣ କରିବାକୁ ଅସହ୍ୟ ଚାପ ପ୍ରୟୋଗ ହେଉଛି। ନହେଲେ ଦରମା ବନ୍ଦ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଉଛି। ଅଣ-ରାଜସ୍ୱ କାର୍ଯ୍ୟ ଯଥା ବସୁନ୍ଧରା ଯୋଜନାରେ ମାସକୁ ୨୦ଟି ହିତାଧିକାରୀ ଚିହ୍ନଟ ଓ ପଟ୍ଟା ପ୍ରଦାନ, ବଂଶାବଳୀ ପ୍ରମାଣପତ୍ର ଜାରି, କୃଷକ କାର୍ଡ ଯାଂଚ, ମଣ୍ଡି କାର୍ଡ ଭେରିଫିକେସନ, କୃଷକ ପଞ୍ଜୀକରଣ ଅନୁମୋଦନ, ଡିଜିଟାଲ୍ ଶସ୍ୟ ସର୍ଭେ, ଧାନ ମଣ୍ଡିରେ ନୋଡାଲ୍ ଅଫିସର, ସୁଭଦ୍ରା ଯୋଜନା ଆଦି କାର୍ଯ୍ୟ ନିଷେଧ ହେଲେ ମଧ୍ୟ ପ୍ରାୟୋଗିକ ଭାବେ ଚାଲିଛି। କାର୍ଯ୍ୟ କରିବା ପାଇଁ ଲାପଟପ୍‌, ପ୍ରିଂଟର, ହାଇସ୍ପିଡ୍ ଇଂଟରନେଟ୍‌, ବିଦ୍ୟୁତ୍ ସଂଯୋଗ ଆଦିର ଅଭାବ ରହିଛି। ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ରହିଛି। ଏହାସହିତ ଚିଟଫଣ୍ଡ ହିତାଧୀକାରୀଙ୍କ ଚିହ୍ନଟ, ଦସ୍ତାବିଜ ସତ୍ୟାପନ ଆଦି କାର୍ଯ୍ୟ କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ସତ୍ୱେ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ତେଣୁକରି ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି ବୋଲି ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande