ନୂଆଦିଲ୍ଲୀ, 16 ଅଗଷ୍ଟ (ହି.ସ.)-ଚୀନର କମ୍ୟୁନିଷ୍ଟ
ପାର୍ଟିର କେନ୍ଦ୍ରୀୟ ସମିତିର ପୋଲିଟ୍ ବ୍ୟୁରୋ ସଦସ୍ୟ, ବୈଦେଶିକ
ମନ୍ତ୍ରୀ ଏବଂ ଭାରତ-ଚୀନ ସୀମା ବିବାଦରେ ଚୀନର ସ୍ୱତନ୍ତ୍ର ପ୍ରତିନିଧି ୱାଙ୍ଗ ୟି 18 ରୁ 20
ଅଗଷ୍ଟ ପର୍ଯ୍ୟନ୍ତ ଭାରତକୁ ଔପଚାରିକ ଯାତ୍ରାରେ ଆସିବେ। ଏହି ଯାତ୍ରା ଭାରତର ଜାତୀୟ ସୁରକ୍ଷା
ପରାମର୍ଶଦାତା ଓ ଭାରତର ସ୍ୱତନ୍ତ୍ର ପ୍ରତିନିଧି ଅଜିତ ଡୋଭାଲଙ୍କ ନିମନ୍ତ୍ରଣରେ ହେଉଛି।
ଭାରତୀୟ ବୈଦେଶିକ
ମନ୍ତ୍ରାଳୟ ଶନିବାର ଦେଇଥିବା ଏକ ବିବୃତିରେ କୁହାଯାଇଛି ଯେ, ଏହି ଅବସରରେ ୱାଙ୍ଗ ଇ ଓ ଅଜିତ ଡୋଭାଲଙ୍କ ମଧ୍ୟରେ ଭାରତ-ଚୀନ ସୀମା ବିବାଦ ବିଷୟରେ ବିଶେଷ
ପ୍ରତିନିଧିମାନଙ୍କ 24ତମ ଗସ୍ତର ଆଲୋଚନା ଅନୁଷ୍ଠିତ ହେବ। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସୀମା
ବିବାଦ ସମାଧାନ ପାଇଁ ଚାଲିଥିବା ଅବିରତ ପ୍ରୟାସର ଅଂଶ।
ବିବୃତିରେ ଏହା ମଧ୍ୟ
କୁହାଯାଇଛି ଯେ,
ଭାରତର ବିଦେଶମନ୍ତ୍ରୀ ଡ଼ା. ଏସ. ଜୟଶଂକର ମଧ୍ୟ ତାଙ୍କ ଚୀନୀ ସମକକ୍ଷ
ୱାଙ୍ଗ ଇଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ହିତ, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ବିଷୟଗୁଡ଼ିକୁ ନେଇ ଆଲୋଚନା ହେବ। ଏହା
ଭାରତ-ଚୀନ ସମ୍ପର୍କକୁ ଏକ ସନ୍ତୁଳିତ ଓ ସୃଜନାତ୍ମକ ଦିଗରେ ଆଗେଇ ନେବା ପାଇଁ ଏକ ଅବସର ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା