କନ୍ଧମାଳ, ୧୭ ଅଗଷ୍ଟ(ହି.ସ.) – କରୋନେସନ ପଡିଆ ସ୍ଥିତ ଅଥଲେଟିକ ଇଣ୍ଡୋର ହଲ ଠାରେ ୨୨ତମ କଲର ବେଲ୍ଟ ପରୀକ୍ଷା କନ୍ଧମାଳ ଜିଲ୍ଲା ତାଏକୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଟଲ ଆର୍ଟ୍ସ ଏକାଡେମୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ୫୦ ଜଣ ଖେଳାଳି ଧଳା ବେଲ୍ଟ, ହଳଦିଆ ବେଲ୍ଟ, ନୀଳ ବେଲ୍ଟ, ସବୁଜ ବେଲ୍ଟ,ନାଲି ବେଲ୍ଟ କଲର ବେଲ୍ଟ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ପରୀକ୍ଷା ଶେଷରେ ୧୦ ଜଣ ବ୍ଲାକ ବେଲ୍ଟ ଖେଳାଳିମାନଙ୍କୁ ଦକ୍ଷିଣ କୋରିଅ ସ୍ଥିତ ବିଶ୍ୱ ଟାଏକୋଣ୍ଡୋ ଏକାଡେମୀରୁ ଆସିଥିବା ବ୍ଲାକ ବେଲ୍ଟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ଓଡିଶା ତାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତରର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ପରିଚାଳନା ସହ ତଦାରଖ କରିଥିଲେ। ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ସାହୁ ଓ ଏକେଡେମୀ କୋଚ ରମାକାନ୍ତ ବେହେରା ପ୍ରତିଯୋଗିତାକୁ ସଫଳତା ପାଇଁ ସହଯୋଗ କରିଥିଲେ. ଜିଲ୍ଲା ସଙ୍ଘର ସଭାପତି ପ୍ରତାପ କୁମାର ମୁଖୀ ସମସ୍ତ ପ୍ରତିଯୋଗୀ ତଥା ଅଫିସିଆଲ ଏବଂ ରାଜ୍ୟ ସମ୍ପାଦକଙ୍କୁ ପ୍ରତିଯୋଗିତା ସଫଳତା ପାଇଁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ