ବନ୍ଦ କୋଠରୀରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ
ବାରିପଦା, 17 ଅଗଷ୍ଟ (ହି.ସ.) - ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ଭିଆରପି କୋଲଣି ସାହିରେ ଅଘଟଣ ଘଟିଛି। ମୃତକ ହେଲେ ବଡସାହି ଥାନା ଅସ୍ତଝରନ ଗ୍ରାମର କୁନୁ ବାରିକଙ୍କ ଝିଅ ଲକ୍ଷ୍ମୀ ବାରିକ ଓରଫ ସୋନାଲି। ଘଟଣା ସ୍ଥଳରେ ଭଞ୍ଜ
ବନ୍ଦ କୋଠରୀରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ


ବାରିପଦା, 17 ଅଗଷ୍ଟ (ହି.ସ.) - ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ଭିଆରପି କୋଲଣି ସାହିରେ ଅଘଟଣ ଘଟିଛି। ମୃତକ ହେଲେ ବଡସାହି ଥାନା ଅସ୍ତଝରନ ଗ୍ରାମର କୁନୁ ବାରିକଙ୍କ ଝିଅ ଲକ୍ଷ୍ମୀ ବାରିକ ଓରଫ ସୋନାଲି। ଘଟଣା ସ୍ଥଳରେ ଭଞ୍ଜପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝୁଲନ୍ତା ଅବସ୍ଥାରେ ଝିଅ ରହିଥିବା ବେଳେ ଗୋଡ଼ ମାଟିରେ ଲାଗି ରହିଛି ଏବଂ ଝରକା ଖୋଲା ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସକୁ ଖବର ଦେଇଥିଲେ। ତେଣୁ ଝିଅର ମୃତ ଉପରେ ସନ୍ଦେହ ହେଉଛି। ସେପଟେ ବିଭିନ୍ନ ପର୍ବପର୍ବାଣି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଷ୍ଟେଜରେ ଅଭିନୟ ସହ ନାଚ କରିଥାନ୍ତି। ଝିଅର ଇନଷ୍ଟାଗ୍ରାମ ଡିପିରେ ଝିଅର ପୁରୁଷ ବନ୍ଧୁର ଫୋଟ ରହିଥିବା ବେଳେ ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ। ତେବେ ଝିଅଟି ବଡସାହି ଅଞ୍ଚଳରୁ ଆସି ବାରିପଦା ତକତପୁର ଅଞ୍ଚଳରେ ରହି ପାଠ ପଢିବା ସହିତ ନୃତ୍ୟ ଅଭିନୟ କରି ରହୁଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande