୭ କିଲୋ ଗଞ୍ଜେଇ ସହ ବାଇକ୍ ଜବତ,୨ ଗିରଫ
ମାଲକାନଗିରି, ୧୭ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଳାକାମ୍ବେରୁ ସୋରଲୁକୋଣ୍ଡା ବ୍ୟାରେଜ ପାଖରେ ୨ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ୭କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ତେବେ ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ଏମ୍‌ଭି -୨୫ ଗ୍ରାମର ର
୭ କିଲୋ ଗଞ୍ଜେଇ ସହ ବାଇକ୍ ଜବତ,୨ ଗିରଫ


ମାଲକାନଗିରି, ୧୭ ଅଗଷ୍ଟ (ହି.ସ.)

ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଳାକାମ୍ବେରୁ ସୋରଲୁକୋଣ୍ଡା ବ୍ୟାରେଜ ପାଖରେ ୨ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ୭କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ତେବେ ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ଏମ୍‌ଭି -୨୫ ଗ୍ରାମର ରାଖାଲ ବାଲା (୪୫), ଜୀଉଟିପାଲ୍ଲୀ ଗ୍ରାମର ଭୀମା ପଡିୟାମି(୫୦) ।

ପୋଲିସ ସୂଚନା ଅନୁଯାୟୀ, ଓର୍କେଲ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଏସ୍‌ଆଇ ମନୋହର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ବ୍ୟାରେଜ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଗୋଟିଏ ବାଇକ୍‌ରେ ୨ଜଣ ବ୍ୟକ୍ତି ଏକ ଜରି ବ୍ୟାଗରେ କିଛି ସାମଗ୍ରୀ ନେଇ ଦ୍ରୁତଗତିରେ ଯାଉଥିବା ଦେଖ୍ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ପାଖରେ ଥିବା ବ୍ୟାଗରେ ପ୍ରାୟ ୭ କିଲୋ ଗଞ୍ଜେଇ ଥିବା ପୋଲିସ ଦେଖି ବାକୁ ପାଇଥିଲା। ଘଟଣାସ୍ଥଳରୁ ପୋଲିସ ଉକ୍ତ ବାଇକ୍ ସହ ଗଞ୍ଜେଇ ଜବତକରି ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫକରି ଥାନାକୁ ଆଣିଥିଲେ। ଏନେଇ ନଂ.୨୨୦ / ୨୫ରେ ମାମଲା ରୁଜୁକରି ଦୁଇ ଜଣଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande