ଭୁବନେଶ୍ୱର, ୧୭ ଅଗଷ୍ଟ (ହି.ସ.)- ଓଡିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର ସଙ୍ଘର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ସମ୍ବୋଧିତ କରିବା ସହ ସ୍ମରଣିକାକୁ ଉନ୍ମୋଚନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନିୟର ବନ୍ଧୁ ଗଣ ନିଜର ସମୟାନୁବର୍ତିତା,କାର୍ଯ୍ୟଦକ୍ଷତା, ନୂତନ ଜ୍ଞାନକୌଶଳ ବ୍ୟବହାର କରି ଓଡ଼ିଶାର ନିର୍ମାଣ ଭିତିଭୂମିରେ ଏକ ଛାପ ଛାଡ଼ି ଦେଇଛନ୍ତି। ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର ସଂଘର ରୌପ୍ୟ ଜୟନ୍ତୀ ଅବସରରେ ସଙ୍ଘର ଉତରୋତର ଉନ୍ନତି କାମନା କରୁଛି।
ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ତ ବିଭାଗର ପୂର୍ବତନ ସଚିବ ଡ଼. ନନ୍ଦନନ୍ଦନ ଦାସ, ଓଡିଶା ମାନବ ଅଧିକାର କମିଶନ୍ ସଦସ୍ୟ ଚିତରଞ୍ଜନ ମହାପାତ୍ର , ଡିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. କେଶବ ଚନ୍ଦ୍ର ଶତପଥୀ , ସଂଘର ସଭାପତି ଇଂ. ହିମାଂଶୁ ଶେଖର ଲେଙ୍କାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗଣ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା