ମାଲକାନଗିରି, ୧୭ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା ଭୁବନପାଲ୍ଲୀ ପଂଚାୟତ ଗିନିପାଲି ଗ୍ରାମରେ ଗତ୧୫ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା ! ଏହି ହାତ୍ୟକାଣ୍ଡ ରେ ମୃତ୍ୟୁ ବାରଣ କରିଥିବା ଭାରତୀ କୁଞ୍ଜଙ୍କ ଭାଇ ଗ୍ରାମର ସୁରେଶ ମାଡ଼କାମି ଏମଭି ୭୯ ଥାନା ରେ ରିପୋର୍ଟ କରିଥିଲେ ଯେ ତାଙ୍କ ଜ୍ୱାଇଁ ଭୀମା କୁଞ୍ଜ (୪୨) ତାଙ୍କ ସ୍ତ୍ରୀ ଭାରତୀ କୁଞ୍ଜଙ୍କୁ ଚାଷ ଜମିରେ ଚାଷ କାମରେ ସମର୍ଥନ ନକରିବାରୁ ହତ୍ୟା କରିଥିଲେ। ମୃତ ଭାରତୀ କୁଞ୍ଜ ସବୁବେଳେ ଏକା ଚାଷ ଜମିକୁ ଯାଆନ୍ତି, କିନ୍ତୁ ଅଭିଯୁକ୍ତ ତାଙ୍କୁ ସାହାଯ୍ୟ କରନ୍ତି ନାହିଁ। ଚାଷ ଜମିରୁ ଫେରିବା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରିଥିଲେ, ରାଗିଯାଇ ଭୀମା କୁଞ୍ଜ ଏକ କାଠ ବାଡ଼ି ନେଇ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଯାହା ଫଳରେ ଘରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ରିପୋର୍ଟ ଆଧାରରେ ଏମଭି ୭୯ ଥାନା କେସ ନମ୍ବର ୧୨୫/୨୦୨୫ ଅଣ୍ଡର ସେକ୍ସନ/ଏସ ୧୦୩-(୧) ବି ଏନ ଏସ ରେ ମାମଲା ରେଜିଷ୍ଟ୍ରେଟ୍ କରାଯାଇ ଏସ ଆଇ ଜି. କେ, ସାରକା ଙ୍କୁ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା!ଅଭିଯୁକ୍ତ ଭୀମା କୁଞ୍ଜଙ୍କୁ ଗିରଫ କରି ଆଜି କୋର୍ଟକୁ ପଠାଯାଇଥିବା ଏମଭି ୭୯ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ