ଜେ.ଇ.ଏଲ.ସି ଚର୍ଚ୍ଚରେ ଗ୍ରାମସଭା ଏବଂ ତାଲୁକାସଭା ସଦସ୍ୟ ନିର୍ବାଚନ
ଜୟପୁର, 17 ଅଗଷ୍ଟ (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜେ.ଇ.ଏଲ.ସି ଚର୍ଚ୍ଚରେ ଗ୍ରାମସଭା ପାଇଁ ୫ଜଣଙ୍କ ନାମାଙ୍କନ ଦାଖଲ ନେଇ ପ୍ରସ୍ତାବ ରହିଥିଲା । କିନ୍ତୁ ଏଥିରେ ୪ଜଣ ବିରେନ୍ଦ୍ର ସାଗର, ମୋଜେସ ଗରଡା, ମଳୟ ଛିଞ୍ଚାଣି, ସୁରଜିତ ନାୟକ ନାମାଙ୍କନ ଦାଖଲ କରିଥିବା ବେଳେ ପ୍ରଶାନ୍ତ ହିଆଲ ନାମାଙ୍କନ
ଜେ.ଇ.ଏଲ.ସି  ଚର୍ଚ୍ଚରେ ଗ୍ରାମସଭା ଏବଂ ତାଲୁକାସଭା ସଦସ୍ୟ ନିର୍ବାଚନ


ଜୟପୁର, 17 ଅଗଷ୍ଟ (ହି.ସ.)

କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜେ.ଇ.ଏଲ.ସି ଚର୍ଚ୍ଚରେ ଗ୍ରାମସଭା ପାଇଁ ୫ଜଣଙ୍କ ନାମାଙ୍କନ ଦାଖଲ ନେଇ ପ୍ରସ୍ତାବ ରହିଥିଲା । କିନ୍ତୁ ଏଥିରେ ୪ଜଣ ବିରେନ୍ଦ୍ର ସାଗର, ମୋଜେସ ଗରଡା, ମଳୟ ଛିଞ୍ଚାଣି, ସୁରଜିତ ନାୟକ ନାମାଙ୍କନ ଦାଖଲ କରିଥିବା ବେଳେ ପ୍ରଶାନ୍ତ ହିଆଲ ନାମାଙ୍କନ ଦାଖଲ ପରେ ଏହାକୁ ଫେରସ୍ତ କରିଥିଲେ । ଫଳରେ ଉପରୋକ୍ତ ୪ଜଣ ଗ୍ରାମସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଆଗାମୀ ତାଲୁକା ସଦସ୍ୟ ନିର୍ବାଚନରେ ଏହି ସଦସ୍ୟ ମାନେ ଭାଗ ନେଇପାରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଗାମୀ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଏଥିରେ ସମୁଦାୟ ୫ଜଣ ମହିଳା ଏବଂ ୩ ଜମ ଯୁବକ ସଦସ୍ୟ ନିର୍ବାଚିତ ହୋଇପାରିବେ । ଏହି ନିର୍ବାଚନକୁ ଜେଇଏଲସି କର୍ତ୍ତୃପକ୍ଷ ହିମାଂଶୁ ଶେଖର ଚାନ୍ଦ ପରିଚାଳନା କରିଥିଲେ .

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande