ରୋଟାରୀ କ୍ଲବ କେନ୍ଦୁଝର ତରଫରୁ କାରାଗାର ଅନ୍ତେବାସୀଙ୍କୁ ଖେଳ ସାମଗ୍ରୀ ପ୍ରଦାନ
କେନ୍ଦୁଝର, 17 ଅଗଷ୍ଟ (ହି.ସ.) ରୋଟାରୀ କ୍ଲବ କେନ୍ଦୁଝର ତରଫରୁ ରବିବାର ରେ ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ଅବସର ବିନୋଦନ ପାଇଁ ୩ ଟି କ୍ୟାରୋମ ବୋର୍ଡ,୪ ଟି ଲୁଡୁ,୧ ଟି ଚେସ୍ ବୋର୍ଡ ପ୍ରଦାନ କରାଯାଇଥିଲା।ରୋଟାରୀ କ୍ଲବ କେନ୍ଦୁଝର ସଭାପତି ରୋଟାରିଆନ ହରିହର ମହାନ୍ତ,ସମ୍ପାଦକ ରୋଟାରିଆନ ବିଜୟ କୁମ
ରୋଟାରୀ କ୍ଲବ କେନ୍ଦୁଝର ତରଫରୁ କାରାଗାର ଅନ୍ତେବାସୀଙ୍କୁ ଖେଳ ସାମଗ୍ରୀ ପ୍ରଦାନ


କେନ୍ଦୁଝର, 17 ଅଗଷ୍ଟ (ହି.ସ.) ରୋଟାରୀ କ୍ଲବ କେନ୍ଦୁଝର ତରଫରୁ ରବିବାର ରେ ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ଅବସର ବିନୋଦନ ପାଇଁ ୩ ଟି କ୍ୟାରୋମ ବୋର୍ଡ,୪ ଟି ଲୁଡୁ,୧ ଟି ଚେସ୍ ବୋର୍ଡ ପ୍ରଦାନ କରାଯାଇଥିଲା।ରୋଟାରୀ କ୍ଲବ କେନ୍ଦୁଝର ସଭାପତି ରୋଟାରିଆନ ହରିହର ମହାନ୍ତ,ସମ୍ପାଦକ ରୋଟାରିଆନ ବିଜୟ କୁମାର ବେହେରା,ସର୍ଭିସ୍ ପ୍ରୋଜେକ୍ଟ ଡାଇରେକ୍ଟର ରୋଟାରିଆନ ଡ଼ା ସଞ୍ଜୀବ କୁମାର ଓତା,ରୋଟାରିଆନ ସଞ୍ଜୟ କୁମାର ମହାପାତ୍ର,ମହେଶ ଚାୱଡା,ପ୍ରଶାନ୍ତ କୁମାର ସ୍ବାଇଁ,ବସନ୍ତ କୁମାର ଦାନୀ,ବିଭୂତି ଭୂଷଣ ସାହୁ,ଡ. ମାନସ ରଞ୍ଜନ ପଣ୍ଡାଙ୍କ ଉପସ୍ଥିତି ରେ ଜିଲ୍ଲା କାରାଗାର ଅଧିକ୍ଷକ ଉପେନ୍ଦ୍ର କୁମାର ଜେନା,ଜେଲର ଅବନ୍ତୀ ସିଂ, ସହକାରୀ ଜେଲର ଦୀପକ କୁମାର ସାମନ୍ତରାୟ ଙ୍କୁ ଉପରୋକ୍ତ ଖେଳ ସାମଗ୍ରୀ କାରାଗାର ଅନ୍ତେବାସୀଙ୍କ ଉପଲକ୍ଷେ ପ୍ରଦାନ କରାଯାଇଥିଲା।ଭବିଷ୍ୟତରେ ଆହୁରି କିଛି ଖେଳ ସାମଗ୍ରୀ,ଉପାଦେୟ ପୁସ୍ତକ ପ୍ରଦାନ କରାଯିବ ବୋଲି ରୋଟାରୀ କ୍ଲବ କେନ୍ଦୁଝର ର ସଭାପତି ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande