ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)
- କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ତଥା ପ୍ରଖ୍ୟାତ ଗଣିତଜ୍ଞ
ପ୍ରଫେସର ଡ.ଗୋକୁଳାନନ୍ଦ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସୋସିଆଲ
ମିଡିଆ ଏକ୍ସରେ ଶ୍ରଦ୍ଧାଂଜଳି ଅର୍ପଣ କରି ଲେଖିଛନ୍ତି ଯେ, ପ୍ରଫେସର ଦାସ ଜଣେ ଉତ୍କୃଷ୍ଣ
ବିଦ୍ୱାନ ଥିଲେ, ଯିଏକି ଅଧ୍ୟାପନା ଓ ଗବେଷଣାରେ ବିଶେଷ ଭାବେ ଯୋଡି ହୋଇଥିଲେ । ସେ ଭଗବାନ
ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ହୋଇଥିବା ସହିତ ଆଧ୍ୟାତ୍ମ ତଥା ଲୋକପ୍ରିୟ ବିଜ୍ଞାନ ବିଷୟରେ
ଲେଖନରେ ବି ରୁଚି ରଖିଥିଲେ ।
ସେ କହିଛନ୍ତି ଯେ, ପ୍ରଫେସର
ଦାସ ସୌମ୍ୟ, ସ୍ପଷ୍ଟ ବକ୍ତା ଓ ପ୍ରେରଣାଦାୟୀ ଶିକ୍ଷକ ଥିଲେ, ଯି,କି ବିଦ୍ୟାର୍ଥୀଙ୍କୁ
କ୍ଲାସରୁମ ବାହାରେ ବି ମାର୍ଗଦର୍ଶନ ଦେଉଥିଲେ । ତାଙ୍କ ବିୟୋଗ ଶୈକ୍ଷଣିକ ଜଗତ ପାଇଁ ଏକ
ଅପୂରଣୀୟ କ୍ଷତି ଅଟେ ।
କେନ୍ଦ୍ରମନ୍ତ୍ରୀ ପ୍ରଫେସର
ଦାସଙ୍କ ପରିଜନ ଓ ବିଦ୍ୟାର୍ଥୀଙ୍କ ପ୍ରତି ନିଜ ଗଭୀର ସମବେଦନା ଜଣାଇ ଭଗବାନ ଜଗନ୍ନାଥଙ୍କ
ନିକଟରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା