ହିମାଚଳର ମଣ୍ଡି ଓ କୁଲୁରେ ଫ୍ଲାଶ ଫ୍ଲଡ ଯୋଗୁ ବ୍ୟାପକ କ୍ଷୟକ୍ଷତି, ଶିମଲା-ମଣ୍ଡି ସଡକ ଧସିଲା
ଶିମଲା, 17 ଅଗଷ୍ଟ (ହି.ସ.)- ହିମାଚଳ ପ୍ରଦେଶରେ ବର୍ଷା ଋତୁର ତାଣ୍ଡବ ଜାରି ରହିଛି। ମଣ୍ଡି ଏବଂ କୁଲ୍ଲୁ ଜିଲ୍ଲାରେ ପ୍ରବଳ ବର୍ଷା ଓ ହଠାତ୍ ବନ୍ୟା ପରିସ୍ଥିତିକୁ ଗମ୍ଭୀର କରିଦେଇଛି। ପାଣିପାଗ ବିଭାଗ ଆସନ୍ତା ୧୯ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା
ହିମାଚଳର ମଣ୍ଡି ଓ କୁଲୁରେ     ଫ୍ଲାଶ ଫ୍ଲଡ ଯୋଗୁ ବ୍ୟାପକ କ୍ଷୟକ୍ଷତି, ଶିମଲା-ମଣ୍ଡି ସଡକ ଧସିଲା


ଶିମଲା, 17 ଅଗଷ୍ଟ (ହି.ସ.)- ହିମାଚଳ ପ୍ରଦେଶରେ

ବର୍ଷା ଋତୁର ତାଣ୍ଡବ ଜାରି ରହିଛି। ମଣ୍ଡି ଏବଂ କୁଲ୍ଲୁ ଜିଲ୍ଲାରେ ପ୍ରବଳ ବର୍ଷା ଓ ହଠାତ୍

ବନ୍ୟା ପରିସ୍ଥିତିକୁ ଗମ୍ଭୀର କରିଦେଇଛି। ପାଣିପାଗ ବିଭାଗ ଆସନ୍ତା ୧୯ ଅଗଷ୍ଟ ପର୍ଯ୍ୟନ୍ତ

ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ୍ ଜାରି କରିଛି। ସାଧାରଣ ଲୋକଙ୍କୁ

ସଚେତନ ରହିବା ଏବଂ ନଦୀ-ନାଳ ଠାରୁ ଦୂରରେ ରହିବାକୁ ଅନୁରୋଧ କରାଯାଇଛି।

ବିପର୍ଯ୍ୟୟର ପ୍ରକୋପ ସହ

ଯୁଝୁଥିବା ମଣ୍ଡି ଜିଲ୍ଲାରେ ପୁଣିଥରେ ଫ୍ଲାଶ୍ ଫ୍ଲଡ୍ ଭୟାବହ ନଷ୍ଟ କରିଛି। ମଣ୍ଡିର ପୋଲିସ

କଂଟ୍ରୋଲ ରୁମ ଅନୁସାରେ ଏବେ ସୁଦ୍ଧା ଜନହାନିର କୌଣସି ସୂଚନା ନାହିଁ । ପ୍ରଶାସନ ଲୋକଙ୍କୁ

ସତର୍କ ରହିବାକୁ ପରାମର୍ଶ ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande