ଧର୍ମଶାଳା,୧୭ଅଗଷ୍ଟ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ପ୍ରେସ କ୍ଳବ ସଭା ଗୃହରେ ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ôଭାବେ ଝଙ୍କାର ପତ୍ରିକାର ସମ୍ପାଦକ ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ପରମ୍ପରା ଓ ସମକାଳର କାବ୍ୟଧାରା ସାମନ୍ୱୟରେ ନୂତନ ସହଜ ଓ ସୁବିଧା ଏବେ କବିତାର ପ୍ରବାହ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଓ ସମାଲୋଚକ ଡ଼. ନାରାୟଣ ପଣ୍ଡା ଯୋଗଦେଇ ନିଃସଙ୍ଗତା ବୋଧ ଆଧୁନିକ ମଣିଷ ଜୀବନରେ ଏହି ଭିତିିପ୍ରଦ ଅନୁଭୂତି । ଜନ ଗହଳି କବିତା ସହ ପ୍ରାଥମିକ ସମ୍ପର୍କର ମଧୁର ସଂଯୋଗର ରଶ୍ମି ସୁତା ଛିଡି ଛିିଡି ଯାଉଛି ଓ ଲୋଡ଼ିବା ପଣ ମନରୁ କ୍ରମଶଃ ହ୍ରାସ ପାଉଛି ବୋଲି ଆଲୋକପାତ କରିଥିଲେ । ଏନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକର ସୁନାକାର ସାହୁ, କବି ଶ୍ରୀହରି ଧଳ ଯୋଗଦେଇ ସମାଜକୁ ସାହିତ୍ୟର ଆବସ୍ୟକତା ସମ୍ପର୍କରେ କହିଥିଲେ । ଏହି ଅବସରରେ କବି ତଥ ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଭାପତି ରମାକାନ୍ତ ଜେନାଙ୍କ ସମ୍ପାଦନାରେ ପ୍ରକାଶିତ କବିତା ପୁସ୍ତକ ଏକଲା ପଣ ଓ ସବ୍ଦ ସହ ସାମ୍ନାସାମ୍ନୀକୁ ଅତିଥିମାନେ ଲୋକର୍ପିତ କରିଥିଲେ । ଲୋକାର୍ପିିତ ପୁସ୍ତକ ସମ୍ପର୍କରେ କବି ଡ଼. ତୁହିନଂଶୁ ରଥ ଆଲୋଚନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଇନ୍ଦୁପ୍ରଭା ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ସଂଗ୍ରାମ କେଶରୀ ଜେନା ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ଡା. ରୁଦ୍ରନାରାୟଣ ପୃଷ୍ଠି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହେଶ୍ୱର ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ. । ଏହି କାର୍ଯ୍ୟକ୍ରମରେ ବହୁ କବି ଓ କବୟତ୍ରୀମାନେ ଯୋଗଦେଇଥିଲେ । ଗଣେଶ୍ୱର ବେହେରା, ବିକ୍ରମ କେଶରୀ ମହାନ୍ତି,ଗିରିଧାରୀ ବେହେରା, ବିନୋଦ ବିହାରୀ ସାହୁ, ରମେଶ ଖୁଂଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପସଭାପତି ହୃଷିକେଶ ସାମଲ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ