ଧର୍ମଶାଳା,୧୭ଅଗଷ୍ଟ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁରସ୍ଥିତ ଲାଙ୍ଗୁଡ଼ି ସୁରକ୍ଷା ମଂଚ ଟ୍ରଷ୍ଟ ପକ୍ଷରୁ ତୃତୀୟ ବାର୍ଷିକ ନନ୍ଦ ଉତ୍ସବ ଓ ଝୁଲଣ ଯାତ୍ରା ଲାଙ୍ଗୁଡି ପାହାଡ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା ମଂଚର ସମ୍ପାଦକ ଆଲୋକ ଜେନାସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନନ୍ଦ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାରକା ପଂଚାୟତର ପୂର୍ବତନ ସରପଂଚ ପ୍ରଭୁରଞ୍ଜନ ସାମଲ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ନନ୍ଦ ଉତ୍ସବ ସଂପର୍କରେ ଆଲୋକପାତ କରିଥିଲେ । ଇଂ ନରେନ କୁମାର ଜେନା, ଆଇନଜୀବୀ ଶ୍ୟାମପ୍ରସାଦ ଦାଶ, କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁରକ୍ଷା ମଂଚର ଜନ ହିତକର କାର୍ଯ୍ୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଖଆଖ ପଂଚାୟତରେ ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ । ଏହି ଅବସରରେ ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ଅବିନେଶ୍ୱର ଶତପଥୀ, ଗିରିଧାରୀ ବେହେରା ଓ କିଶୋର ଚନ୍ଦ୍ର ରାଉତ ଓ ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟିଙ୍କୁ ମଂଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ସୁନାମଧନ୍ୟ ଗାୟକ ସୌରଭ ନାୟକ, ଅନୀଲ ଓ ସାଥୀଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ମଂଚର ସଭାପତି ବ୍ରଜମୋହନ ବିଶ୍ୱାଳ, ଉପ-ସଭାପତି ବ୍ରଜ କିଶୋର ମହାନ୍ତି, ଉପଦେଷ୍ଟା ସବ୍ୟସାଚୀ ପଣ୍ଡା,ସହ -ସମ୍ପାଦକ ପ୍ରଶାନ୍ତ କୁମାର ପୃଷ୍ଟି,ସଂଗଠନ ସମ୍ପାଦକ ସିପକ ଜେନାସାମନ୍ତ, ସାଂସ୍କୃତିକ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ, ପରିଚାଳନା ସମ୍ପାଦକ ମହେଶ୍ୱର ରାଉତ,ଦୁବ ବାବା, ସଂଗଠନ ସମ୍ପାଦକ ଲାବଣ୍ୟ ଜେନା, ବିନୋଦ ବିହାରୀ ବଳ ଓ ଶକ୍ତିକାନ୍ତ ବଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଜୟନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ