୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ : ୩ ଗିରଫ : ମାଓ ଲିଙ୍କ୍ ସନ୍ଦେହ
କନ୍ଧମାଳ, ୧୮ ଅଗଷ୍ଟ (ହି.ସ.)- କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ଏକ ବଡ଼ଧରଣର ସଫଳତା । ପୋଲିସ ଦ୍ୱାରା ବିପୁଳ ପରିମାଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏଥିରେ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ରହିଛି । ଘଟଣାରେ ଜଡ଼ିତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗ
୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ : ୩ ଗିରଫ : ମାଓ ଲିଙ୍କ୍ ସନ୍ଦେହ


କନ୍ଧମାଳ, ୧୮ ଅଗଷ୍ଟ (ହି.ସ.)- କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ଏକ ବଡ଼ଧରଣର ସଫଳତା । ପୋଲିସ ଦ୍ୱାରା ବିପୁଳ ପରିମାଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏଥିରେ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ରହିଛି । ଘଟଣାରେ ଜଡ଼ିତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ତଳଦାନ୍ତଲିଙ୍ଗି ଗାଁର ଆଲୋକ ଓରଫ ଆଲବୁଟ୍ କୁମାର ପାତ୍ର, ଗୋପାଳପୁର ଥାନା ଆମ୍ବପୁଆର ହେମନ୍ତ ସେଠୀ ଏବଂ ଭବାନୀପାଟଣା ନିକଟ ଜଳେଶ୍ୱର ମନ୍ଦିରପଡ଼ା ଗାଁର ଶକ୍ତିରଞ୍ଜନ ଦାସ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।

ଏ ସମ୍ପର୍କରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ତୁମୁଡ଼ିବନ୍ଧ ଥାନାଧିକାରୀ ଆଶୁତୋଷ ଜେନା କହିଛନ୍ତି ଯେ, ଅଗଷ୍ଟ ୧୫ ପାଇଁ ସୁରକ୍ଷା ଯାଂଚ୍ ଓ ଗାଡ଼ିମୋଟର ତଲାସୀ ବେଳେ ଏହି ବିସ୍ଫୋରକ ସାମଗ୍ରୀ ଭର୍ତି ପିକଅପ୍ ଭ୍ୟାନ୍ ଜବତ ହୋଇଥିଲା । ଏଥିରୁ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ତୁମୁଡ଼ିବନ୍ଧ ପୋଲିସ ସଫଳ ହୋଇଛି । ଏହି ଘଟଣାରେ ବିସ୍ଫୋରକ ସାମଗ୍ରୀ ଚାଲାଣରେ ବ୍ୟବହୃତ ପିକଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ଖୁବଶୀଘ୍ର ମାଷ୍ଟର ମାଇଣ୍ଡ ଧରାପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଯାହାର ଚେର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ଚମାଖଣ୍ଡି ଥାନା ଜଗନ୍ନାଥପୁର ଗାଁରୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ସହର ପର୍ଯ୍ୟନ୍ତ ଲମ୍ବିଛି । ଏପରିକି ମାଓବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ ଯୋଗାଣ ଆଶଙ୍କାକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଥିବା ସୂଚନା ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande