ଗୌହାଟି, ୧୮ ଅଗଷ୍ଟ (ହି.ସ.)- ସୋମବାର ଅପରାହ୍ନରେ ଆସାମର ନଗାଓଁ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭାରତୀୟ ଭୂକମ୍ପ ବିଜ୍ଞାନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ୧୨ଟା ୯ ମିନିଟ୍ ୩୩ ସେକେଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା । ଭୂମିକମ୍ପ ଯୋଗୁଁ କୌଣସି ସ୍ଥାନରୁ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ ।
ଭୂମିକମ୍ପ ଝଟ୍କା ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନଗାଓଁ ଜିଲ୍ଲାରେ ଭୂମିଠାରୁ ୩୫ କିଲୋମିଟର ତଳେ ଅବସ୍ଥିତ । ଭୂମିକମ୍ପର କେନ୍ଦ୍ରସ୍ଥଳ ୨୬.୨୮ ଉତର ଅକ୍ଷାଂଶ ତଥା ୯୨.୭୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ