ଓଡିଶା ଅମଲା ସଂଘର ବ୍ୟାନରକୁ ନକଲ କରାଯାଇ ସରକାରଙ୍କୁ ବିଭ୍ରାନ୍ତ କରାଯାଉଛି : ତଦନ୍ତ ଏବଂ କାର୍ଯ୍ୟ। ନୁଷ୍ଠାନ ଦାବି କଲେ ଜିଲ୍ଲା ଶାଖା ସମ୍ପାଦକ
ଜୟପୁର, ୧୮ ଅଗଷ୍ଟ (ହି.ସ.)- ଓଡିଶା ଅମଲା ସଂଘର ବେଆଇନ ଭାବେ ବ୍ୟାନର ବ୍ୟବହାର କରାଯାଇ ରାଜ୍ୟରେ ଚାଲିଥିବା ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ କରାଯାଇ ଓଡିଶା ଅମଲା ସଂଘ ସମର୍ଥନ କରୁଥିବା ପ୍ରଚାର ପ୍ରସାରକୁ ବିରୋଧ କରାଯାଇ ସଂଘର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଆଜି ସ୍ଥାନୀୟ ଜୟ
ଓଡିଶା ଅମଲା ସଂଘର ବ୍ୟାନରକୁ ନକଲ କରାଯାଇ ସରକାରଙ୍କୁ ବିଭ୍ରାନ୍ତ କରାଯାଉଛି ତଦନ୍ତ ଏବଂ କାର୍ଯାନୁଷ୍ଠାନ ଦାବି କଲେ ଜିଲ୍ଲା ଶାଖା ସମ୍ପାଦକ


ଜୟପୁର, ୧୮ ଅଗଷ୍ଟ (ହି.ସ.)- ଓଡିଶା ଅମଲା ସଂଘର ବେଆଇନ ଭାବେ ବ୍ୟାନର ବ୍ୟବହାର କରାଯାଇ ରାଜ୍ୟରେ ଚାଲିଥିବା ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ କରାଯାଇ ଓଡିଶା ଅମଲା ସଂଘ ସମର୍ଥନ କରୁଥିବା ପ୍ରଚାର ପ୍ରସାରକୁ ବିରୋଧ କରାଯାଇ ସଂଘର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଆଜି ସ୍ଥାନୀୟ ଜୟପୁର ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏହାର ଦୃଢ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶାଖା ସମ୍ପାଦକ ଶଶୀଭୂଷଣ ଦାଶ ସୂଚନା ଦେଇଛନ୍ତି ଯେ, ବିଭିନ୍ନ ଦାବି ନେଇ ରାଜ୍ୟ ରାଜସ୍ବ ଅମଲା ସଂଘ ପକ୍ଷରୁ ଗତ ଗତ ଅଗଷ୍ଟ ୧୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । କିନ୍ତୁ ଏଥିରେ ଓଡିଶା ଅମଲା ସଂଘ ପକ୍ଷରୁ ସାମିଲ ହୋଇନଥିବା ଏବଂ ବିରୋଧ କରୁଥିବା ନେଇ ପୂର୍ବରୁ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ କିଛି କୁଚକ୍ରାନ୍ତକାରୀ ଓଡିଶା ଅମଲା ସଂଘର ବ୍ୟାନରକୁ ବ୍ୟବହାର କରିବା ସହ ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ କରିବା ସହ ସାମିଲ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏଥିନେଇ ଓଡିଶା ଅମଲା ସଂଘର ରାଜ୍ୟ ସମ୍ପାଦକ କୋରାପୁଟ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଯେଉଁମାନେ ଏଭଳି କୁଚକ୍ରାନ୍ତ ସାମିଲ ହୋଇଛନ୍ତି,. ସେମାନଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ପତ୍ର ଗତକାଲି ପ୍ରଦାନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶାଖା ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଉପଦେଷ୍ଠା କୈଳାସ ସାମନ୍ତରାୟ, ବରିଷ୍ଠ ସଦସ୍ୟ ଜଗନ୍ନାଥ ଦାଶ, ଓ୍ବାଇ ଶ୍ରୀନିବାସ ରାଓଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande