ବିଦେଶରେ ଚମକାଇ ବିନିକା ପାଇଁ ଗୌରବ ଆଣିଲେ ସୁନା ଝିଅ ଅନୁଷ୍କା
ସୁବର୍ଣ୍ଣପୁର, ୧୮ ଅଗଷ୍ଟ (ହି.ସ.)- ବିଦେଶ ମାଟିରେ ଚମକାଇ ବିନିକା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ଅନୁଷ୍କା l ସୂଚନା ଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସୁନା ଝିଅ ଅନୁସ୍କା ଦାଶ ବିଦେଶ ମାଟିରେ କମାଲ ଦେଖାଇଛନ୍ତି । ଏହେସାସ ତାଇକଣ୍ଡୋ ଏକାଡେମୀ ଭୂବନେଶ୍ୱରରେ ରହି ତାଲିମ ନେଉଥିବା ବିନିକା
ବିଦେଶରେ ଚମକାଇ ବିନିକା ପାଇଁ ଗୌରବ ଆଣିଲେ ସୁନା ଝିଅ ଅନୁଷ୍କା


ସୁବର୍ଣ୍ଣପୁର, ୧୮ ଅଗଷ୍ଟ (ହି.ସ.)- ବିଦେଶ ମାଟିରେ ଚମକାଇ ବିନିକା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ଅନୁଷ୍କା l ସୂଚନା ଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସୁନା ଝିଅ ଅନୁସ୍କା ଦାଶ ବିଦେଶ ମାଟିରେ କମାଲ ଦେଖାଇଛନ୍ତି । ଏହେସାସ ତାଇକଣ୍ଡୋ ଏକାଡେମୀ ଭୂବନେଶ୍ୱରରେ ରହି ତାଲିମ ନେଉଥିବା ବିନିକା ଝିଅ ଅନୁସ୍କା ମାଲେସିଆରେ ନିଲାଇ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତାଇକଣ୍ଡୋ ଚମ୍ପିଆନସିପରେ ଭାଗନେଇ ଏହି ସଫଳତା ପାଇଛନ୍ତି । ୧୫ ଅଗଷ୍ଟ ରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ମାଲେସିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ସମେତ ଚାଇନା, ତାଇପେଇ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଫିଲପାଇନ୍ସ, ଅଷ୍ଟ୍ରେଲିଆ, ସିଙ୍ଗାପୁର, କୋରିଆ, ହଙ୍ଗକଙ୍ଗ, ନେପାଲ ଏବଂ ଅନ୍ୟାନ୍ୟ ଦେଶର ଖେଳାଳୀ ଅଂଶଗ୍ରହଣ କରିଥିଲେ । ଅନୁସ୍କାଙ୍କ ଏହି ବିଦେଶ ଗସ୍ତପାଇଁ ଏମସିଏଲ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ କୋଚ ଏହେସାସ ହୋତାଙ୍କ ସହିତ ସେ ବିଦେଶ ଗସ୍ତ କରିଛନ୍ତି । ତେବେ ସେଠାରେ ଅନୁଷ୍ଠିତ ପ୍ରତିଯୋଗିତାର ପ୍ରତ୍ୟକେ ରାଉଣ୍ଡରେ ସଫଳତା ସହ ଶେଷରେ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିଣିଥିବା କୋଚ ଏହେସାସ ହୋତା ସୂଚନା ଦେଇଛନ୍ତି ।

ଅନୁଷ୍କାଙ୍କ ଏହି ସଫଳତା ପରେ ଏମସିଏଲ କତୃପକ୍ଷ, ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ, ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର ଏବଂ ବିନିକା କ୍ରୀଡା ସଂଘ ସମେତ ଅନ୍ୟନ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅନୁଷ୍କାଙ୍କୁ ଶୂଭେଚ୍ଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande