କେନ୍ଦୁଝର, ୧୮ ଅଗଷ୍ଟ (ହି.ସ.) - ଆଜି ସ୍ଥାନୀୟ କଣ୍ଡରାପଶି ଠାରେ ରାଜ୍ୟସ୍ତରୀୟ ଆଦିବାସୀ ମୋର୍ଚ୍ଚାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଥ ମାଝୀ ସଭାପତିତ୍ୱ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆଦିବାସୀ ମୋର୍ଚ୍ଚା ସଭାପତି ମାନେ ଯୋଗ ଦେଇଥିଲେ। ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଆଦିବାସୀ ମାନଙ୍କ ବିଭିନ୍ନ ଦାବି କୁ ନେଇ ଆଗାମୀ ଦିନରେ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ଆସନ୍ତା ସେପ୍େଟମ୍ୱର ୨୧ ତାରିଖରେ ରାଉରକେଲା ଠାରେ ରାଜ୍ୟସ୍ତରୀୟ ଆଦିବାସୀ ମୋର୍ଚ୍ଚା ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିବା ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମାଝୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ରୁ ଲାଲମଣି ଲୁଗୁନ, ସୁନ୍ଦରଗଡ଼ ରୁ ଯୋଗେନ୍ଦ୍ର ପାଲ ତିର୍କି, ଝାରସୁଗୁଡ଼ା ରୁ ବିନୟ ତିର୍କି, ମୟୂରଭଞ୍ଜରୁ ଅଭିରାମ ନାୟକ, କେନ୍ଦୁଝର ରୁ ସୁଶାନ୍ତ ନାଏକ, ଜୟକୃଷ୍ଣ ନାଏକ, କେନ୍ଦୁଝର ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ ପ୍ରମୁଖ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA