ସୁବର୍ଣ୍ଣପୁର, ୧୮ ଅଗଷ୍ଟ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ମେଘଳା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୧୮୫ (ଏକ ଶହ ପଞ୍ଚାଅସି) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୬୭ ( ଏକ ଶହ ସତସଠି) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୮ ( ଅଠର) ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ, ବିନିକା, ଶ୍ରୀ ମନ୍ଟୁ ଖମାରୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ, ସୋନପୁର ଶ୍ରୀମତି ସୌମ୍ୟରୂପା ରଥଙ୍କ ସମେତ ତହସିଲଦାର, ବିନିକା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣିରେ ଶଙ୍କରା ଗ୍ରାମ ପଞ୍ଚାୟତର ଜଣେ ବିଧବା ମହିଳା ବସୁଧା ଦେହୁରୀଙ୍କୁ ମଧୁବାବୁ ପେନସନ ଯାଜନରେ ଟ.୧୨୦୦.୦୦ (ବାର ଶହ) ଙ୍କା ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଓଡିଶା ଜୀବିକା ମିଶନ ଯୋଜନା ଅଧିନରେ ବିନିକା ପଞ୍ଚାୟତ ସମିତି ଅଞ୍ଚଳରେ ପ୍ରଧାନ ମନ୍ତ୍ରୀ ଅଣୁ ବା କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟା କରଣ ଉଦ୍ୟମ ଆନୁଷ୍ଠାନିକ କରଣ ଯୋଜନାରେ କୁହିବହାଲ ଗ୍ରାମ ପଞ୍ଚାୟତର ଶ୍ରୀମତି କଳ୍ପନା ସାହୁ, ଶ୍ରୀମତି ସୌଭାଗିନି ମହଲିଙ୍ଗ ଶ୍ରୀମତି ବାସନ୍ତୀ ସାହୁଙ୍କୁ ଓ ଚରଦା ଗ୍ରାମ ପଞ୍ଚାୟତର ଶ୍ରୀମତି ଝିନୂପମା ଥନାପତିଙ୍କୁ ଟ.୪୦,୦୦୦.୦୦ ( ଚାଳିଶ ହଜାର ଟଙ୍କା) ଲେଖାଏଁ ବ୍ୟାଙ୍କ୍ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଓଡିଶା ଜୀବିକା ମିଶନ ଯୋଜନାରୁ (୧). ଓଁ ନମଃ ଶିବାୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚରଦା ଙ୍କୁ ଟ.୫୦,୦୦୦.୦୦, (୨).ବିଶ୍ଵ ନାରାୟଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସିଲାଟି ଙ୍କୁ ଟ.୧,୦୦,୦୦୦.୦୦ ଓ (୩) ଅନ୍ନପୂର୍ଣ୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସିଲାଟିଙ୍କୁ ଟ.୧,୦୦,୦୦୦.୦୦ ଗୋଷ୍ଠୀ ବିନିଯୋଗ ବା ପୁଞ୍ଜି ନିବେଶ ପାଣ୍ଠି (CIF) ବିତରଣ କରାଯାଇଥିଲା। ଶଙ୍କରା ଗ୍ରାମ ପଞ୍ଚାୟତର ଶ୍ରୀମତି ମନ୍ଦୋ କୁମ୍ଭାରଙ୍କୁ ସ୍ୱାସ୍ଥ୍ୟଗତ ଚିକିତ୍ସା ପାଇଁ ଟ.୧୦,୦୦୦.୦୦, ଶ୍ରୀମତି ତପସ୍ଵିନୀ ରାଜହଂସ ଓ ଶ୍ରୀମତି ସୁଭଦ୍ରା କୁମ୍ଭରଙ୍କୁ ଶିକ୍ଷା ପାଇଁ ଟ.୫,୦୦୦.୦୦ ଲେଖାଏଁ ବ୍ୟାଙ୍କ୍ ଚେକ୍ ମାଧ୍ୟମରେ ବିତରଣ କରାଯାଇଥିଲା। ଓଡିଶା ଜୀବିକା ମିଶନ ଯୋଜନା ଅଧିନରେ ଗୋପାଳନ ନିମନ୍ତେ ସିନ୍ଦୂରପୂର୍ ଗ୍ରାମ ପଞ୍ଚାୟତର ବଲାରଙ୍ଗା ଗ୍ରାମ ଶ୍ରୀମତି ପ୍ରମିଳା ମହାକୁର, ଶ୍ରୀମତି ଦମୟନ୍ତୀ ମହାକୁର ଓ ଶ୍ରୀମତି ବେଦମତି ଛନ୍ଦା ଙ୍କୁ ଟ. ୫୦,୦୦୦.୦୦ (ପଚାଶ ହଜାର) ଟଙ୍କା ଲେଖାଏଁ ବ୍ୟାଙ୍କ୍ ଚେକ୍ ମାଧ୍ୟମରେ ଜିଲ୍ଲାପାଳଙ୍କ ଦ୍ଵାରା ବିତରଣ କରାଯାଇଥିଲା। ଓଡିଶା ଜୀବିକା ମିଶନ ଯୋଜନାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍, ମହାଦେବପାଲି ଶାଖା ମାଧ୍ୟମରେ (୧) ମା ପୂର୍ଣାମାସି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କର୍ତ୍ତଙ୍ଗ ଙ୍କୁ ଟ.୧୩,୦୦,୦୦୦.୦୦ (ତେର) (୨) ଭଗବତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଘୋଡ଼ାଧାର ଙ୍କୁ ଟ.୧୦,୦୦,୦୦୦.୦୦ (୩) ମା ପାଠରେନ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଫବସି ଙ୍କୁ ଟ.୧୦,୦୦,୦୦୦.୦୦, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍, ବିନିକା ଶାଖାଙ୍କ ମାଧ୍ୟମରେ (୧) ମା ସମଲେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପିଟେଇପାଲି (୨) ମା ମାହେଶ୍ୱରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗଜବନ୍ଧ ଓ (୩) ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗଜବନ୍ଧଙ୍କୁ ଟ.୧୦,୦୦,୦୦୦.୦୦ ଲେଖାଏଁ ଓ ବରୋଦା ବ୍ୟାଙ୍କ୍ ଶାଖା, ବିନିକଙ୍କ ମାଧ୍ୟମରେ (୧) ଶ୍ରୀ ଗଣନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିନିକଙ୍କୁ ଟ.୫,୦୦,୦୦୦.୦୦ (୨) ମା ସମଲେଶ୍ଵରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିନିକାଙ୍କୁ ଟ.୧,୫୦,୦୦୦.୦୦ ଓ(୩) ବାସେଲିଦେବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସିଲାଟି ଙ୍କୁ ଟ.୩,୦୦,୦୦୦.୦୦ ବ୍ୟାଙ୍କ୍ ଋଣ ଚେକ୍ ମାଧ୍ୟମରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ଵାରା ବିତରଣ କରାଯାଇଥିଲା।ଓଡ଼ିଶା ଜୀବିକା ମିଶନ ଯୋଜନାର ସହାୟତା ଓ ଋଣ ପ୍ରଦାନ ସମୟରେ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର, ସୁବର୍ଣ୍ଣପୁର ଉପସ୍ଥିତ ଥିଲେ।।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ